ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବିଶ୍ବ ପର୍ଯ୍ୟଟନ ଦିବସ। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଯୋଗ ଦେଇ ପୁରୀ ଜିଲ୍ଲା ପର୍ଯ୍ୟଟନ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ବୋଲି କହିଥିଲେ।ଦେଶ ବିଦେଶରୁ ଦୈନିକ ହଜାର ହଜାର ଲୋକ ପୁରୀ କୁ ଆସନ୍ତି।ପୁରୀର ଅଧିବାସୀ ଭାବେ ଆମେ ଅତିଥି ଦେବୋ ଭବଃ ର ପରମ୍ପରା କୁ ଅକ୍ଷୁର୍ଣ୍ଣ ରଖି ସମସ୍ତ ପର୍ଯ୍ୟଟକ ଙ୍କୁ ଉଚିତ ସେବା ଓ ସମ୍ମାନ ଦେବା କୁ ଶ୍ରୀ ଭୋଇ ଆହ୍ବାନ ଦେଇଥିଲେ ।
