ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଓଡ଼ିଆ ଜନଜୀବନରେ ଭାଗବତ ଜନ୍ମ ଏକ ପୁରୁଣା ପରମ୍ପରା ଓ ଭକ୍ତିର ନିଆରା ପ୍ରତୀକ । ଏହି ପରମ୍ପରାକୁ ଆଜି ମଧ୍ୟ ଆଗେଇ ନେଇଛନ୍ତି ଗାଁଠୁ ସହର ପର୍ଯ୍ୟନ୍ତ ଲୋକେ । ଭାଗବତ ଜନ୍ମ ଅବସରରେ ମନ୍ଦିର, ମଣ୍ଡପ, ଘର ଓ ଭାଗବତ ଟୁଙ୍ଗୀ ଗୁଡ଼ିକରେ ଭକ୍ତିମୟ ପରିବେଶ ସହ ‘ହରିବୋଲ’, ‘ହୁଳହୁଳି’ ଓ ନାମସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ପରିବେଶ ।

ସକାଳୁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଓ ଭାଗବତ ପାଠ ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ଭାଗବତ ଟୁଙ୍ଗୀ ଗୁଡ଼ିକରେ ଭକ୍ତମାନଙ୍କ ସମାଗମ ସାଙ୍ଗକୁ ନାମସଂକୀର୍ତ୍ତନ ଓ ଭଜନରେ ପରିବେଶ ମୁଖରିତ ହୋଇଥିଲା । ଘରେ ଘରେ ମଧ୍ୟ ଶ୍ରଦ୍ଧାଳୁମାନେ ଭାଗବତ ପାଠ କରି ଏହି ପବିତ୍ର ଦିନକୁ ପାଳନ କରିଥିଲେ । ପିଢ଼ି ପରେ ପିଢ଼ି ଚାଲିଆସୁଥିବା ଭାଗବତ ପରମ୍ପରାକୁ ଜୀବନ୍ତ ରଖିବାରେ ଭାଗବତ ଟୁଙ୍ଗୀ ଗୁଡ଼ିକର ଭୂମିକା ଆଜି ମଧ୍ୟ ଅନନ୍ୟ ରହିଛି ।

Exit mobile version