ପୋଲିସ ଦ୍ବାରା ୪ ବାଇକ୍ ଜବତ,୫ ଲୁଟେରା ଗିରଫ

କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କଟକ ସିଆରଆରଆଇ ଥାନା ପୋଲିସ ହାତରେ ଧରା ପଡିଲେ ୫ଜଣିଆ ବାଇକ୍ ଲୁଟେରା ଗ୍ୟାଙ୍ଗ। ଏମାନଙ୍କ ନିକଟରୁ ପୋଲିସ ଚାରୋଟି ଚୋରା ଗାଡି ଜବତ କରିଛି। ଧରାପଡିଥିବା ଅଭିଯୁକ୍ତମାନେ ହେଲେ ସିଆରଆରଆଇ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଚଉରା ଛକ ଅଞ୍ଚଳର ଦେବାଶିଷ ମହାରଣା (୨୭), ଛତିଆ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳର ସରୋଜ ପାଲ ( ୨୬ ), ମାହାଙ୍ଗା ଥାନା ଅନ୍ତର୍ଗତ ପଶଲୁଣ୍ଡା ଗ୍ରାମର ରଞ୍ଜନ କୁମାର ଦାସ ( ୨୫), ଆଲିଯୋଡା ଗ୍ରାମର ପ୍ରଭାତ କୁମାର ଜେନା ( ୨୧), ଓ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପାଟଣା ଗ୍ରାମର କୈଳାସ ପ୍ରଧାନ ( ୨୧) ।

ଦୁର୍ଗା ପ୍ରସାଦ ରାଉତ ସିଆରଆରଆଇ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରେ ରହୁଛନ୍ତି। ସେ ଗତ ୨୨ ତାରିଖ ରାତିରେ ତାଙ୍କର ବାଇକ୍ କୁ ନିଜ ଘର ସମ୍ମୁଖରେ ରଖିଥିଲେ । ତାପର ଦିନ ୨୩ ତାରିଖରେ ସକାଳେ ତାଙ୍କ ବାଇକ୍ ଘର ପାଖରେ ନ ଥିବାର ଦେଖିବାକୁ ପାଇଥିଲେ । ଦୁର୍ଗାପ୍ରସାଦ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଗାଡ଼ିକୁ ପାଇନଥିଲେ । ବାଧ୍ୟ ହୋଇ ସେ୨୪ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଆଖ ପାଖରେ ଲାଗିଥିବା ସି ସି କ୍ୟାମେରାର ଫୁଟେଜ ଯାଞ୍ଚ କଲା ପରେ ଚଢାଉ କରାଯାଇ ଅପରାଧୀମାନଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ଅପରାଧୀ ମାନଙ୍କୁ ପଚରା ଉଚୁରା କରିବା ପରେ ଚୋରୀ କରିଥିବା କଥା ସ୍ଵିକାର କରିଥିଲେ ।ସେମାନେ ଚୋରିକରିଥିବା ବାଇକ୍ କୁ ଛତିଆର ଚିଣ୍ଟୁକୁ ବିକ୍ରୟ କରିଥିବା ସ୍ଵିକାର କରିଥିଲେ । ଅନ୍ୟ ୩ ଜଣ ଚୋରା ଗାଡ଼ି ବାଇକ୍ କ୍ରେତା ହେଲେ ରଞ୍ଜନ, ପ୍ରଭାତ ଓ କୈଳାସକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ପୋଲିସ ଚାରୋଟି ଚୋରା ବାଇକ୍ ଏବଂ ତିନୋଟି ମୋବାଇଲ ଜବତ କରିଛି ।

Exit mobile version