ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

ନୂଆଦିଲ୍ଲୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଆକ୍ସନ ଗ୍ରୁପ୍‌ର ଏକ ଅଂଶ ତଥା କାଷ୍ଠ ଭିତ୍ତିକ ପାନେଲ୍‌ ଉତ୍ପାଦଗୁଡିକର ଏକ ଅଗ୍ରଣୀ ଉତ୍ପାଦନକାରୀ ଆକ୍ସନ ଟେସା ୨୪ ସେପ୍ଟେମ୍ବର ୨୦୨୬ ଦିନ ଭାରତର ୫୦ରୁ ଅଧିକ ସ୍ଥାନରେ ଜାତୀୟ ବଢେଇ ଦିବସ ପାଳନ କରିଛି । ଚଳିତ ବର୍ଷ ଆୟୋଜନରେ ବଢେଇ ସମୁଦାୟଙ୍କ ସହିତ ଏକ ବୃହତ୍ତର ଏବଂ ଅଧିକ ବ୍ୟାପକ ସଂପୃକ୍ତି ଘଟିଥିଲା । ଆକ୍ସନ ଟେସା ପକ୍ଷରୁ ୨୪ ସେପ୍ଟେମ୍ବରରେ ଜାତୀୟ ବଢେଇ ଦିବସ ପାଳନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ସେହି ପ୍ରୟାସ ଲଗାତର ସମ୍ପ୍ରସାରିତ ହେବା ସହିତ ୨୦୨୬ ଆୟୋଜନ “ସଙ୍ଗ୍‌ ସଙ୍ଗ୍‌ ଚଲେଁ, ଆଗେ ବଢେଁ” (ସାଥୀ ହୋଇ ଚାଲିବା, ଆଗକୁ ବଢିବା) ବିଷୟବସ୍ତୁକୁ ନେଇ ବୃହତ୍‌ ଆକାରରେ କରାଯାଇଥିଲା ।

ଆସବାବପତ୍ର ଏବଂ ଇଣ୍ଟେରିଅର୍‌ ପରିବ୍ୟବସ୍ଥାର ମେରୁଦଣ୍ଡ ଭାବରେ ବଢେଇମାନଙ୍କୁ ସ୍ୱୀକାର କରି ଆକ୍ସନ ଟେସା ବଢେଇ ଦିବସ ପାଳନକୁ କେବଳ ସ୍ୱୀକୃତି ଦିବସର ଊଦ୍ଧ୍ୱର୍କୁ ଯାଇ ଏହି ଗୋଷ୍ଠୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସମର୍ଥନ କରିବା ଉପରେ ଦୃଷ୍ଟିନିବଦ୍ଧ କରୁଥିବା ଏକ ପ୍ରୟାସରେ ପରିଣତ କରିଛି । ଚଳିତ ବର୍ଷ କମ୍ପାନୀ ପରିବାର କଲ୍ୟାଣ, ଶିକ୍ଷାଗତ ବୃତ୍ତି (ସ୍କଲାରସିପ୍‌), ଦକ୍ଷତା ବିକାଶ ଏବଂ ଦୁର୍ଘଟଣା ବୀମା ସୁରକ୍ଷା ଆଦି ଚାରିଟି ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଆଣିଥିଲା ।

ବଢେଇ ପରିବାରଗୁଡିକ ସେମାନଙ୍କ ଝିଅ ବିବାହ ନିମନ୍ତେ ୫୦ ହଜାର ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଆକ୍ସନ ଟେସା ଉତ୍ପାଦଗୁଡିକୁ ନେଇ ପ୍ରସ୍ତୁତ ଏକ ଆସବାବପତ୍ର (ଫର୍ଣ୍ଣିଚର) ପ୍ୟାାକେଜ ଆକାରରେ ପାଇପାରିବେ । ବଢେଇମାନଙ୍କ ମେଧାବୀ ସନ୍ତାନ ସନ୍ତତିଙ୍କ ପାଇଁ ୧୧ ହଜାର ଟଙ୍କାର ସ୍କଲାରସିପ୍‌ ଯୋଗାଇ ଦିଆଯିବ ।
ସୁପର୍‌ ୩୦ କାର୍ଯ୍ୟକ୍ରମ ଅଧୀନରେ ମନୋନୀତ ପ୍ରାର୍ଥୀମାନେ ଏମ୍‌ଏସଏମ୍‌ଇ ସହିତ ଆୟୋଜନ କରାଯାଉଥିବା ତିନିମାସ ଅବଧିର ଆବାସିକ ଦକ୍ଷତା ବିକାଶ ପାଠ୍ୟକ୍ରମ ପାଇଁ ଖାଦ୍ୟ ଓ ରହିବା ସମେତ ୧୦୦% ସମର୍ଥନ ପାଇବେ ।

ବଢେଇ ସମୁଦାୟର ସଦସ୍ୟମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରୁପ୍‌ ପର୍ସନାଲ ଆକ୍ସିଡେଣ୍ଟ ଇନ୍‌ସ୍ୟୁରାନ୍ସ (ଗୋଷ୍ଠୀ ବ୍ୟକ୍ତିଗତ ଦୁର୍ଘଟଣା ବୀମା) ସୁବିଧା ପାଇବେ । ସମସ୍ତ କଲ୍ୟାଣକାରୀ ଯୋଜନାଗୁଡିକ ଆକ୍ସନ ଟେସା କନେକ୍ଟ ଆପ୍‌ ଜରିଆରେ ଆବଣ୍ଟିତ କରାଯିବ । ବଢେଇମାନେ ସେମାନଙ୍କର ନିକଟସ୍ଥ ଆକ୍ସନ ଟେସା ଶାଖା / ସେଲ୍‌ସ୍‌ ମ୍ୟାନେଜରଙ୍କ ସହିତ ଏହି କାର୍ଯ୍ୟକ୍ରମ ଏବଂ ଏହାର ଫଇଦାଗୁଡିକ ସମ୍ପର୍କରେ ଜାଣିବାକୁ ଯୋଗାଯୋଗ କରିପାରିବେ । ବଢେଇମାନଙ୍କ ନିମନ୍ତେ ସହାୟତା ସମ୍ପର୍କିତ ବିସ୍ତୃତ ସୂଚନା ଆକ୍ସନ ଟେସା ହେଲ୍‌ପଲାଇନରେ ୧୮୦୦-୩୦୯-୦୭୦୭ରେ ମଧ୍ୟ ଉପଲବ୍ଧ ହେଉଛି ।

ଏହି ଅବସରରେ ପ୍ରକାଶ କରି ଶ୍ରୀ ଅଜୟ ଅଗ୍ରୱାଲ, ମ୍ୟାନେଜିଂ ଡାଇରେକ୍ଟର, ଆକ୍ସନ ଟେସା କହିଥିଲେ, “ବଢେଇମାନେ ସର୍ବଦା ଆସବାବପତ୍ର ଏବଂ ଇଣ୍ଟେରିଅର୍‌ ପରିବ୍ୟବସ୍ଥାର ମେରୁଦଣ୍ଡ ଏବଂ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଆସିଛନ୍ତି । ଆମେ ୨୦୨୪ରେ ବଢେଇ ଦିବସ ପାଳନ ଆରମ୍ଭ କରିଥିଲୁ, ୨୦୨୫ରେ ଏହି ପ୍ରୟାସ ଅଧିକ ପରିବ୍ୟାପ୍ତ ହେବା ଲକ୍ଷ୍ୟକଲୁ ଏବଂ ଚଳିତ ବର୍ଷ ଆମେ ଏହାକୁ ଅଧିକ ଅର୍ଥପୂର୍ଣ୍ଣ କରି ଗଢିତୋଳିବାକୁ ଚାହିଁଥିଲୁ । ‘ସଙ୍ଗ୍‌ ସଙ୍ଗ୍‌ ଚଲେଁ, ଆଗେ ବଢେଁ’ ଆମେ ମିଳିତ ଭାବରେ ଆଗକୁ ବଢିବା ସମୟରେ ପ୍ରଗତି ଅଧିକ ଅର୍ଥପୂର୍ଣ୍ଣ ହୋଇଥାଏ ବୋଲି ଆମର ବିଶ୍ୱାସକୁ ପ୍ରତିଫଳିତ କରୁଛି ।

ଏହି ବର୍ଗର ଏକ ଅଗ୍ରଣୀ କମ୍ପାନୀ ଭାବରେ ଆମର ଉତ୍ପାଦଗୁଡିକ ଜରିଆରେ ନବସୃଜନ ଆଣିବା ଏବଂ ତାହାସହିତ ଏହି ଶିଳ୍ପର ଅବିଚ୍ଛେଦ୍ୟ ଅଂଶ ହୋଇଥିବା ଲୋକଙ୍କ ସହିତ ମଜଭୁତ ସମ୍ପର୍କ ଗଢିତୋଳିବା ସର୍ବଦା ଆମର ପ୍ରଚେଷ୍ଟା ହୋଇ ରହିଆସିଛି । ଏହି କାର୍ଯ୍ୟକ୍ରମ ଜରିଆରେ ଆମେ ବଢେଇମାନଙ୍କ ସହିତ କେବଳ ସେମାନଙ୍କ କାର୍ଯ୍ୟରେ ନୁହେଁ, ତାହାସହିତ ସେମାନଙ୍କ ଆକାଂକ୍ଷା ଏବଂ ସେମାନଙ୍କ ପରିବାରମାନଙ୍କ ସହିତ ଛିଡା ହେବାକୁ ଆମେ ଚାହୁଁଛୁ ।”

୫୦ରୁ ଅଧିକ ସ୍ଥାନରେ ଏହି ଦିବସ ପାଳନ ଅବସରରେ ବଢେଇ ସମୁଦାୟର ସଦସ୍ୟମାନେ ସମବେତ ହୋଇଥିଲେ । ଟେସା କନେକ୍ଟ ଜରିଆରେ ଆକ୍ସନ ଟେସା ସମଗ୍ର ଭାରତରେ ବଢେଇମାନଙ୍କ ସହିତ ନିୟୋଜିତ ରହିବା ଏବଂ ସେମାନଙ୍କ ସହିତ ମଜଭୁତ ସମ୍ପର୍କ ଗଢିତୋଳିବା ନିରନ୍ତର ଜାରି ରଖିଛି । ଏହାର ଗୋଷ୍ଠୀ ପ୍ରୟାସଗୁଡିକ ସହିତ ଆକ୍ସନ ଟେସା ଆସବାବପତ୍ର ଏବଂ ଇଣ୍ଟେରିଅର୍‌ ପରିବ୍ୟବସ୍ଥାର ପରିବର୍ତ୍ତିତ ଆବଶ୍ୟକତା ସହିତ ତାଳଦେଇ ନବୋନ୍ମେଷୀ ଉତ୍ପାଦସମୂହ ଏବଂ ସମାଧାନଗୁଡିକ ଉପରେ ନିରନ୍ତର ଦୃଷ୍ଟିନିବଦ୍ଧ କରିଆସୁଛି ।

Exit mobile version