ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବିଗତ ଆଠ ଦିନ ହେବ ଜ୍ଵର ଜନିତ ଅସୁସ୍ଥତା ପାଇଁ ନିୟମିତ ଔଷଧ ସେବନ କରୁଥିଲେ ମଧ୍ୟ, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବା ଯୋଗୁଁ ଆବଶ୍ୟକୀୟ ବିଶ୍ରାମ ପାଇ ପାରିନଥିଲେ । ଫଳସ୍ୱରୂପ, ଆଜି ପିସିସି (PCC) ର ଏକ ବିଶାଳ ସମାବେଶ ଏବଂ ଘେରାଉ ଆନ୍ଦୋଳନ ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ ।

ଡାକ୍ତରୀ ପରୀକ୍ଷା ପରେ ତାଙ୍କର ରକ୍ତଚାପ (ବ୍ଲଡ୍ ପ୍ରେସର) ଏବଂ ରକ୍ତରେ ଶର୍କରା (ବ୍ଲଡ୍ ସୁଗାର) ସ୍ତର ବୃଦ୍ଧି ପାଇଥିବା ବେଳେ ଅମ୍ଳଜାନ ସ୍ତର (ଅକ୍ସିଜେନ ସାଚୁରେସନ) କମ୍ ଥିବା ଜଣାପଡ଼ିଛି । ତେଣୁ, ଡାକ୍ତରମାନେ ତାଙ୍କୁ ଚିକିତ୍ସା ପାଇଁ ଏକ ସପ୍ତାହ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଛନ୍ତି ।


 

Exit mobile version