ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ସ୍କୁଲ୍ସ (AIMS) ଓଡ଼ିଶା ଚାପ୍ଟର ଏଆଇ, ଏକାଡେମିକ୍ସ ଓ ଗବେଷଣା ସହ ଏଣ୍ଟରପ୍ରାଇଜ୍ ରିସ୍କ ମ୍ୟାନେଜମେଣ୍ଟ ଉପରେ ଏକଦିନିଆ ଏଫ୍‌ଡିପି

ଭୁବନେଶ୍ୱର  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ସ୍କୁଲ୍ସ (AIMS) ଓଡ଼ିଶା ଚାପ୍ଟର ଏବଂ ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଅଟୋନୋମସ୍), ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଏବଂ Protiviti Indiaର ସହଯୋଗରେ “AI for Academia & Research and Enterprise Risk Management” ବିଷୟବସ୍ତୁ ଉପରେ ଏକ ଦିନିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ୍ (FDP) ଆୟୋଜିତ ହୋଇଯାଇଛି ।

ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତ୍ତା (AI), ଗବେଷଣା, ଡିଜିଟାଲ୍ ପରିବର୍ତ୍ତନ ଏବଂ ଏଣ୍ଟରପ୍ରାଇଜ୍ ରିସ୍କ ମ୍ୟାନେଜମେଣ୍ଟର ବଢୁଥିବା ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ଏଫ୍‌ଡିପି ଆୟୋଜନ କରାଯାଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରୁ ୧୨୦ରୁ ଅଧିକ ଅଧ୍ୟାପକ, ଗବେଷକ ଓ ଶିକ୍ଷାବିତ୍ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଏକାଡେମିକ୍ କ୍ଷେତ୍ରରେ AIର ବ୍ୟବହାର, ଗବେଷଣା କ୍ଷେତ୍ରରେ ନୂତନ ପ୍ରଯୁକ୍ତିର ପ୍ରୟୋଗ, ଶିଳ୍ପ କ୍ଷେତ୍ରରେ ଡିଜିଟାଲ୍ ପରିବର୍ତ୍ତନ ଏବଂ ଏଣ୍ଟରପ୍ରାଇଜ୍ ରିସ୍କ ମ୍ୟାନେଜମେଣ୍ଟ ଭଳି ସମସାମୟିକ ବିଷୟ ଉପରେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ ।

ଏହି ଏକଦିନିଆ ଏଫ୍‌ଡିପିରେ ମୁଖ୍ୟ ଅତିଥି ଭାବେ AIMSର ପୂର୍ବତନ ସଭାପତି ପ୍ରଫେସର (ଡ.) ସୁଜାତା ମଙ୍ଗରାଜ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ Protiviti, ଭୁବନେଶ୍ୱରର ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ବିଭାଗର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଆନନ୍ଦ ଜେନା ଉପସ୍ଥିତ ଥିଲେ । ସେହିପରି, ବିଶେଷ ଅତିଥି ଭାବେ AIMSର ରିଜିଓନାଲ୍ ଭାଇସ୍ ପ୍ରେସିଡେଣ୍ଟ–ଇଷ୍ଟ ଇଞ୍ଜିନିୟର ସରୋଜ କୁମାର ସାହୁ ଏବଂ AIMS ଓଡ଼ିଶା ଚାପ୍ଟରର ସେକ୍ରେଟାରୀ ଡ. ରମେଶ ଚନ୍ଦ୍ର ରଥ ଯୋଗଦେଇଥିଲେ ।

ଏହି ଏଫ୍‌ଡିପି ମାଧ୍ୟମରେ ଏକାଡେମିକ୍ କ୍ଷେତ୍ର ଓ ଶିଳ୍ପ ଜଗତ ମଧ୍ୟରେ ଜ୍ଞାନ, ଅଭିଜ୍ଞତା ଓ ନୂତନ ଚିନ୍ତାଧାରାର ଆଦାନପ୍ରଦାନ ପାଇଁ ଏକ ଉପଯୋଗୀ ମଞ୍ଚ ସୃଷ୍ଟି ହୋଇଥିଲା । ଏଥିସହ ଅଧ୍ୟାପକ ଓ ଗବେଷକମାନେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନୂତନ ପ୍ରଯୁକ୍ତିର ପ୍ରୟୋଗ ସହିତ ଆଧୁନିକ ରିସ୍କ ମ୍ୟାନେଜମେଣ୍ଟ ପଦ୍ଧତି ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ AIMS ପକ୍ଷରୁ ରିଜିଓନାଲ୍ ଭାଇସ୍ ପ୍ରେସିଡେଣ୍ଟ–ଇଷ୍ଟ ଇଞ୍ଜିନିୟର ସରୋଜ କୁମାର ସାହୁ କୃତଜ୍ଞତା ଜଣାଇଥିଲେ ।

Exit mobile version