କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥୀରେ ପବିତ୍ର ସୁନିଆଁ ପର୍ବ ଓ ବାମନ ଉତ୍ସବ ପାଳନ ଅବସରରେ ୪୨ ମୌଜା ବରାଳ ଗ୍ରାମର ‘ନାରାୟଣୀ କାଳୀ ପୂଜା କମିଟି’ ଆନୁକୂଲ୍ୟରେ ମା’ ଶ୍ୟାମା କାଳୀଙ୍କ ଉଦ୍ଦେଶ୍ୟରେ ପୂର୍ଣ୍ଣ ନୀତି ନିୟମ ଅନୁଯାୟୀ ପୁଣ୍ୟତୋୟା କାଠଯୋଡି ନଦୀରୁ ବିଧିବିଧାନ ପୂର୍ବକ ଯଥାବିଧି ପୂଜାର୍ଚ୍ଚନା କରାଯାଇ ଶୁଭ ମାଟି ଅନୁକୂଳ କରାଯାଇଅଛି । ଗ୍ରାମ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସଂକୀର୍ତନ କରାଯାଇ ଶୋଭାଯାତ୍ରା ପଟୁଆରରେ ଶୁଭ ମାଟି ମା’ ଙ୍କ ମଣ୍ଡପକୁ ଅଣାଯାଇଛି ।
