ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ହିନ୍ଦୀ ପଖୱାଡ଼ା – ୨୦୨୬ ର ଉଦ୍‌ଯାପନୀ ସମାରୋହ ଏବଂ ୧୫୧ତମ ମଣ୍ଡଳୀୟ ସରକାରୀ ଭାଷା କାର୍ଯ୍ୟାନ୍ୱୟନ ସମିତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ରାଜଭାଷା ବିଭାଗ ଦ୍ୱାରା ୧୫୧ତମ ମଣ୍ଡଳୀୟ ସରକାରୀ ଭାଷା କାର୍ଯ୍ୟାନ୍ୱୟନ ସମିତି ବୈଠକ ସହିତ ହିନ୍ଦୀ ପଖୱାଡ଼ା-୨୦୨୬ ର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବୈଠକକୁ ସମ୍ବୋଧିତ କରି ଶ୍ରୀ ଡି. ସୁନୀଲ ସରକାରୀ କାର୍ଯ୍ୟରେ ହିନ୍ଦୀର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେ କହିଥିଲେ ଯେ ହିନ୍ଦୀ ଦେଶସାରା ଲୋକଙ୍କୁ ଏକତ୍ରିତ କରୁଥିବା ଏକ ଭାଷା ଅଟେ ଏବଂ ସେ ରେଳବାଇ ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କର ଦୈନନ୍ଦିନ ସରକାରୀ ପତ୍ର ପ୍ରଚାରରେ ହିନ୍ଦୀର ଅଧିକ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ । କର୍ମଚାରୀମାନଙ୍କୁ ହିନ୍ଦୀରେ ସରକାରୀ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ସେ ବିଭିନ୍ନ ପଦକ୍ଷେପ ମଧ୍ୟ ପରାମର୍ଶ ଦେଇଥିଲେ । ସରକାରୀ କାର୍ଯ୍ୟରେ ହିନ୍ଦୀର ବ୍ୟବହାର ଏବଂ ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ରାଜଭାଷା ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯାଇଥିଲା ।

ଗୃହ ମନ୍ତ୍ରଣାଳୟର ବାର୍ଷିକ କାର୍ଯ୍ୟକ୍ରମରେ ଦିଆଯାଇଥିବା ଲକ୍ଷ୍ୟ ଅନୁସାରେ ହିନ୍ଦୀର କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଦସ୍ୟମାନେ ନିର୍ଦ୍ଧାରିତ ଲକ୍ଷ୍ୟର ଅନୁପାଳନ ସ୍ଥିତିର ସମୀକ୍ଷା କରିଥିଲେ ଏବଂ ସରକାରୀ ପତ୍ର ପ୍ରଚାର ଓ କାର୍ଯ୍ୟରେ ହିନ୍ଦୀର ପ୍ରଭାବୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ପ୍ରଚେଷ୍ଟା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ, ହିନ୍ଦୀ ପଖୱାଡ଼ା- ୨୦୨୬ ନିମନ୍ତେ ରାଜଭାଷା ବିଭାଗ ଦ୍ୱାରା ଆୟୋଜିତ ବିଭିନ୍ନ ହିନ୍ଦୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ରାଜଭାଷା ଅଧିକାରୀ ତଥା ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍‌ଫ୍ରା) ଶ୍ରୀ ରାଜଧାରୀ ଯାଦବ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ ପି. କେ. ବେହେରାଙ୍କ ସମେତ ଖୋର୍ଦ୍ଧା ରୋଡ଼ ମଣ୍ଡଳର ସମସ୍ତ ଶାଖା ଅଧିକାରୀ ଉପସ୍ଥିତ ଥିଲେ । ରାଜଭାଷା ବିଭାଗର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗ ଓ ସମନ୍ୱୟରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ବରିଷ୍ଠ ରାଜଭାଷା ଅଧିକାରୀ ଶ୍ରୀମତୀ ଉଷା ରାଣୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା ।

Exit mobile version