ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ

କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କଟକର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବା, ବିନା ଥଇଥାନରେ ଲଗାତାର ଚାଲିଥିବା ବସ୍ତି ଉଚ୍ଛେଦ ବନ୍ଦ କରିବା, ଜୀବିକା ସୁରକ୍ଷାର ଆବଶ୍ୟକତା ପାଇଁ କର୍ମସ୍ଥଳ ନିକଟରେ ଥଇଥାନ କରିବା, ସମ୍ବିଧାନ ଓ ଆଇନ ଅନୁସାରେ ବସ୍ତି ଗୁଡିକୁ ଓ ବସ୍ତି ବାସିନ୍ଦାଙ୍କୁ ମନୁଷ୍ଯ ବାସ ଯୋଗ୍ୟ ପରିବେଶ ଯୋଗାଇ ଦେବା, କଟକ ମହାନଗରର ବସ୍ତି ଓ ବସ୍ତି ବାସିନ୍ଦାଙ୍କ ପୂର୍ଣ୍ଣ ତାଲିକା ସାର୍ବଜନୀନ କରିବା ଦାବିରେ ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ବସ୍ତି ବାସିନ୍ଦାଙ୍କ ଏକ ବିଶାଳ ଶୋଭାଯାତ୍ରା କଟକର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ପାଞ୍ଚ ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଆଜିର ଏହି ବିକ୍ଷୋଭ ସ୍ଥଳରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ଆବାହକ ଶ୍ରୀ ଖଗେଶ୍ୱର ସେଠୀଙ୍କ ନେତୃତ୍ବରେ ଓ ବସ୍ତି ବାସିନ୍ଦାଙ୍କ ଦାବିର ସମର୍ଥନରେ ଶ୍ରୀ ବିଶ୍ୱାବସୁ ଦାସ, ଶ୍ରୀ ରାଜକିଶୋର ମଲ୍ଲିକ, ଶ୍ରୀ ବସନ୍ତ ନାୟକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ବସ୍ତି ନେତା ଶ୍ରୀ ଦୀପକ ଦାସ, ଶ୍ରୀ ସ୍ୱାଧୀନ ବେହେରା, ଶ୍ରୀ ସୁକାନ୍ତ ନାୟକ, ଶ୍ରୀମତୀ ନୟନା ନାୟକ, ଶ୍ରୀମତୀ ସିପ୍ରା ମହାନ୍ତି, ଶ୍ରୀ ଗଙ୍ଗାଧର ଦଳାଇ, ଶ୍ରୀମତୀ ସୁଜାତା ମହାପାତ୍ର,

ଶ୍ରୀ ବିଚିତ୍ର ପାତ୍ର, ଶ୍ରୀ ଶିବ ବେହେରା, ଶ୍ରୀ ସୁରେନ୍ଦ୍ର ନାଥ ମୁର୍ମୁ, ଶ୍ରୀ ଚାନ୍ଦୁ ହେମ୍ବ୍ରମ, ଶ୍ରୀ ଜିତୁ ମାରାଣ୍ଡି, ଶ୍ରୀ ବାପି ମୁର୍ମୁ, ଶ୍ରୀମତୀ ରେଣୁବାଳା ଦାସ, ଶ୍ରୀମତୀ ଗୀତା ଦେବୀ ଶାହା, ଶ୍ରୀମତୀ ସରସ୍ୱତୀ ସୂତାର, ଶ୍ରୀମତୀ ଜ୍ୟୋତ୍ସ୍ନା ପାଲ, ଶ୍ରୀମତୀ ଶାନ୍ତିଲତା ପ୍ରଧାନ, ଶ୍ରୀ ଧରଣୀଧର ମହାରଣା, ଶ୍ରୀ ପ୍ରଦୀପ ସେନାପତି, ଶ୍ରୀ ମହେନ୍ଦ୍ର ପରିଡ଼ା, ଶ୍ରୀମତୀ ରୀନା ମଲ୍ଲିକ, ଶ୍ରୀ ଧନୀ ସାହୁ, ଶ୍ରୀମତୀ ରିତା ଦଳାଇ, ଶ୍ରୀ କାହ୍ନୁ ଚରଣ ଦାଶ, ଶ୍ରୀ ସୁଦର୍ଶନ ବାରିକ, ଶ୍ରୀ ଦୀନବନ୍ଧୁ ନାୟକ, ଶ୍ରୀମତୀ ସସ୍ମିତା ଦାସ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ପ୍ରତିଶୃତିରେ ବିଜେପି କହିଥିଲା ଆମେ ସରକାର କଲେ ସମସ୍ତ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ କରିବୁ। ନିର୍ବାଚିତ ହେବାର ପାଖାପାଖି ଅଢ଼େଇ ବର୍ଷ ବିତିଗଲା ପରେ ଦୁଃଖର ବିଷୟ ଯେ ,ପଟ୍ଟା ଦେବା ତ ଦୂରର କଥା ଗୋଟିଏ ପରେ ଗୋଟିଏ ବସ୍ତିକୁ ଉଛେଦ କରି ଚାଲିଛନ୍ତି। ଏହି ଅମାନବୀୟ କାର୍ଯ୍ୟରୁ ନିବୃତ ରହିବାକୁ ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ଦାବି ରଖାଯାଇଛି। ନଚେତ ଆଗାମୀ ଦିନରେ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି ।

Exit mobile version