Home ଓଡ଼ିଶା ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା by Proprietor Abhimanyu Maharana 48 minutes ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପ୍ରଥମ ଦିନରୁ ହୋହଲ୍ଲା । ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା । ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ପ୍ରତିବାଦରୁ ପ୍ରଥମାର୍ଦ୍ଧ ଓ ଅପରାହ୍ନ ଅଧିବେଶନ ମାଡ ଖାଇ ଯାଇଛି । ପାଟିତୁଣ୍ଡ ମଧ୍ୟରେ ଗୃହରେ ୬ଟି ବିଲ୍ ଆଗତ ହୋଇଛି । ବିଧାନସଭା ଆରମ୍ଭରୁ ବହି ତ୍ରୁଟି ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିଛି ବିଜେଡି । ବିଧାନସଭା ଆରମ୍ଭ ହେବା ମାତ୍ରେ ଏ ପ୍ରସଙ୍ଗରେ ଗୃହ ଭିତରେ ନାରାବାଜି ସହ ପ୍ରତିବାଦ କରିଥିଲେ ଦଳର ସଦସ୍ୟ । ଏହାପରେ ବିଧାନସଭାରୁ ପ୍ରତିବାଦ ରାଲି କରି ବିଜେଡି ଯୁବ ଛାତ୍ର ପ୍ରତିବାଦ କରୁଥିବା ସ୍ଥାନକୁ ପଦ ଯାତ୍ରା କରିଥିଲେ ସବୁ ବିଧାୟକ । କଂଗ୍ରେସ ସଭ୍ୟମାନେ ମଧ୍ୟ ଏମଏମଡିଆର ସଂଶୋଧନ ଆଇନକୁ ତୀବ୍ର ବିରୋଧ କରି ବାଚସ୍ପତିଙ୍କ ଆସନ ନିକଟରେ ପ୍ରତିବାଦ ଜଣାଇଥିଲେ । ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ହଙ୍ଗାମାରେ ଗୃହ କମ୍ପିଥିଲା । ବାଚସ୍ପତି ଗୃହକୁ ୧୧. ୩୮ ରୁ ୧ ଘଣ୍ଟା ୧୦ ମି ଯାଏ ମୁଲତବୀ ରଖିଥିଲେ । ଅପରାହ୍ନ ଅଧିବେଶନରେ ମଧ୍ୟ ବିରୋଧୀ ପ୍ରତିବାଦ ଜଣାଇଥିଲେ । ହଙ୍ଗାମା ପାଟିତୁଣ୍ଡ ମଧ୍ୟରେ ୬ଟି ବିଲ୍ ଆଗତ ହୋଇଥିଲା । ଓଡ଼ିଶା ରାଜ୍ୟ ବୃତ୍ତି, ବ୍ୟାପାର, ଏବଂ ନିୟୋଜନ କର ବିଲ୍, . ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍, ସହ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ ଉପସ୍ଥାପନ ହୋଇଛି । ଏହାଛଡା ଓଡ଼ିଶା ରିପିଲିଂ ବିଲ୍ (ରଦ୍ଦକରଣ ବିଲ୍), ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ସଂଶୋଧନ ବିଲ୍, ଓଡ଼ିଶା ସାମୁଦ୍ରିକ ମାଛଧରା ନିଷେଧ ଓ ନିୟନ୍ତ୍ରଣ ବିଲ୍ ଗୃହରେ ଉପସ୍ଥାପିତ ହୋଇଛି । ଗୃହ ମୁଲତବୀ ନେଇ ବିଜେପି ପ୍ରତିକ୍ରିୟା ରଖିଛି ଯେ, ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବିରୋଧୀ ତାହା ନବୁଝି ଆନ୍ଦୋଳନ କରୁଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ସଂଗୀତ ବେନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ଗାନରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହର ନେତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ୨ ଜଣ ପୂର୍ବତନ ମନ୍ତ୍ରୀ ଦିବଂଗତ ଡମ୍ବରୁ ମାଝୀ, ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟ ଭୂଷଣ ସାହୁ, ପୂର୍ବତନ ସଦସ୍ୟ ରାମମୂର୍ତ୍ତି ଗମାଙ୍ଗ, ହାଜି ମହମ୍ମଦ ଆୟୁବ ଖାଁ, ଶିବାଜୀ ମାଝୀ ଙ୍କ ସମେତ ନିକଟରେ ନେପାଳରେ ଘଟିଥିବା ଜଳ ପ୍ରଳୟରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟମନ୍ତ୍ରୀ ସେହି ଦିବଂଗତଙ୍କ ସମ୍ପର୍କରେ ଅବତାରଣା କରି ଦୁଃଖ ପ୍ରକାଶ କରିଥିଲେ । ଶୋକ ପ୍ରସ୍ତାବକୁ ସମର୍ଥନ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ, ସିପିଆଇ ନେତା ଓ ବାଚସ୍ପତି ସୁରମା ପାଢ଼ୀ ଶୋକ ବ୍ୟକ୍ତ କରିବା ସହ ସମବେଦନା ଅର୍ପଣ କରିଥିଲେ । ଏହା ପରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ by Proprietor Abhimanyu Maharana September 23, 2026 ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ by Proprietor Abhimanyu Maharana September 23, 2026 Odisha named among India’s most pronounced drought hotspots as extremes spread along the eastern coast: 52-year study by Proprietor Abhimanyu Maharana September 23, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ by Proprietor Abhimanyu Maharana September 23, 2026 ପୁରୀ ଆଇନ ସଚେତନତା ଶିବିର by Proprietor Abhimanyu Maharana September 23, 2026 ଆସନ୍ତାକାଲି ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହ ଙ୍କ ବାମନ ଜନ୍ମ ନୀତି : ୬ ଘଣ୍ଟା ଦର୍ଶନ ବନ୍ଦ by Proprietor Abhimanyu Maharana September 22, 2026