କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଵର୍ଷିୟାନ ଅଭିନେତା ମୁକ୍ତିକାନ୍ତ ମହାପାତ୍ରଙ୍କୁ ଅଭିନୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ନ୍ୟାସନାଲ ଏକାଡେମୀ ଅଫ ସାକ୍ଷରତା ମିଶନ ପକ୍ଷରୁ ଭୁବନେଶ୍ୱରସ୍ଥ ଉତ୍କଳ ରଂଗମଞ୍ଚ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଠାରେ ଆୟୋଜିତ ଏକ ଵାର୍ଣ୍ଣାଢ୍ୟ ସମାରୋହରେ ଅନ୍ତଃରାଷ୍ଟ୍ରୀୟ ଗୈାରବ ସମ୍ମାନ -୨୦୨୬ ସମ୍ମାନରେ ସମ୍ମାନିତ କରାଯାଇଛି । ଶ୍ରୀଯୁକ୍ତ ମହାପାତ୍ର କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା,ଵସନ୍ତପୁର ନୀବାସୀ ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀ ସ୍ୱର୍ଗତ ଵ୍ରଜ କିଶୋର ମହାପାତ୍ର ଏବଂ ଗୋଲାପବାଳା ମହାପାତ୍ରଙ୍କ ସୁପୁତ୍ର ଅଟନ୍ତି ।
