ଗଜପତିର ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ସର୍ମିଷ୍ଠା ରାଉତ ପଶ୍ଚିମବଙ୍ଗର AIIMS ରୁ MBBS ରେ ସ୍ୱର୍ଣ୍ଣପଦକ ହାସଲ କଲେ

ପାରଳାଖେମୁଣ୍ଡି  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଗଜପତି ଜିଲ୍ଲାର ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ପାଇଁ ଏକ ଗର୍ବ ଓ ଆନନ୍ଦର ଖବର। ଗୁରାଣ୍ଡି ଗ୍ରାମର ଝିଅ ସର୍ମିଷ୍ଠା ରାଉତ ପଶ୍ଚିମବଙ୍ଗର ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS), କଲ୍ୟାଣୀରୁ MBBS ଡିଗ୍ରୀ ହାସଲ କରିବା ସହିତ ତାଙ୍କ ଉତ୍କୃଷ୍ଟ ଶିକ୍ଷାଗତ ପ୍ରଦର୍ଶନ ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । MBBS ପାଠ୍ୟକ୍ରମ ସମୟରେ ସର୍ମିଷ୍ଠା ଏକାଧିକ ପ୍ରମୁଖ ବିଷୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । Anatomy, Biochemistry, Pathology ଓ Toxicology ସମେତ ବିଭିନ୍ନ ବିଷୟରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିବା ତାଙ୍କ ଶିକ୍ଷାଗତ ଉତ୍କର୍ଷର ପରିଚୟ ଦେଇଛି ।

MBBS ଶିକ୍ଷାରେ ଏପରି ଉଲ୍ଲେଖନୀୟ ସଫଳତା ହାସଲ କରି ସର୍ମିଷ୍ଠା ନିଜ ପରିବାର ସହିତ ଗୁରାଣ୍ଡି ଗ୍ରାମ ଓ ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ସର୍ମିଷ୍ଠାଙ୍କ ପିତା ଇଞ୍ଜିନିୟର ଶ୍ରୀ ସୁରେନ୍ଦ୍ର ରାଉତ ଜଣେ Electrical Engineer ଏବଂ ମାତା ଡା. କୃଷ୍ଣା ପାତ୍ର ଜଣେ Professor of Ophthalmology। ଉଭୟଙ୍କ ଶିକ୍ଷା ଓ ପେଶାଗତ ଜୀବନ ଉଚ୍ଚଶିକ୍ଷା ସହିତ ଜଡ଼ିତ। ବର୍ତ୍ତମାନ ଉଭୟେ ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ଗୁରାଣ୍ଡି ଗ୍ରାମ ସହିତ ସେମାନଙ୍କର ଗଭୀର ସମ୍ପର୍କ ରହିଛି ।

ସର୍ମିଷ୍ଠାଙ୍କ ପରିବାରର ଦୁଇ ଝିଅଙ୍କ ମଧ୍ୟରୁ ବଡ଼ ଝିଅ ମଧ୍ୟ ଚିକିତ୍ସା କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିଛନ୍ତି । ସେ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ Assistant Professor in Pathology ଭାବେ କାର୍ଯ୍ୟରତ ଅଛନ୍ତି ।ଏବେ ସର୍ମିଷ୍ଠା ମଧ୍ୟ ଚିକିତ୍ସା ବିଜ୍ଞାନରେ ଉଚ୍ଚଶିକ୍ଷା ଜାରି ରଖିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି.ସର୍ମିଷ୍ଠାଙ୍କ ଏହି ସଫଳତା ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ଯୁବପିଢ଼ି ପାଇଁ ଏକ ପ୍ରେରଣାର ବିଷୟ ହୋଇଛି। ସର୍ମିଷ୍ଠା ରାଉତଙ୍କ ଏହି ସଫଳତାରେ ଗୁରାଣ୍ଡି ଗ୍ରାମବାସୀ, ଶୁଭେଚ୍ଛୁ, SKCG ହାଇସ୍କୁଲ୍‌ର ପୁରାତନ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଖୁସି ପ୍ରକାଶ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ସେ ଚିକିତ୍ସା କ୍ଷେତ୍ରରେ ଆହୁରି ଉଚ୍ଚ ସଫଳତା ହାସଲ କରି ନିଜ ଗ୍ରାମ ଓ ଅଞ୍ଚଳର ନାମ ଉଜ୍ଜ୍ୱଳ କରନ୍ତୁ ବୋଲି ସମସ୍ତେ ଶୁଭକାମନା ଜଣାଇଛନ୍ତି ।

Exit mobile version