ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପରମ ପୁଣ୍ୟ ଗ୍ରନ୍ଥ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ ତୁରିନ୍ତିରା ସ୍ଥିତ ହରିହର ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ବଳରାମ ଜୀଉ ଟ୍ରଷ୍ଟ ଓ ଓଡିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଗବେଷକ ହଂସନାଥ ସାହୁ, ଅବସର ପ୍ରାପ୍ତ ଅଧ୍ୟାପକ ଭବାନୀ ଶଙ୍କର ଦାଶ,

ଅଧ୍ୟାପକ ମୁରଲୀଧର ସାହୁ, କବି ଭଗବାନ ସାହୁ, ଅଭିମନ୍ୟୁ ନାୟକ ଓ ଅରୁଣ କୁମାର ଶତପଥୀ ପ୍ରମୁଖ ଯୋଗଦେଇ କହିଥିଲେ ଯେ ଓଡିଆ ସାହିତ୍ୟ ରେ ଭାଗବତ ପୁସ୍ତକ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସାଧାରଣ ଲୋକ ଟିଏ ମନମଧ୍ୟରେ ଧର୍ମ ଭାବନା ସୃଷ୍ଟି ସହିତ ଜଗନ୍ନାଥ ସଂସ୍କୃତି ର ପ୍ରସାର ରେ ଏହି ପୁସ୍ତକ ଉଲ୍ଲେଖନୀୟ ସ୍ଥାନ ଗ୍ରହଣ କରିଛି ।ଏହି ସ୍ଥାନରୁ ସଂଗୃହିତ ଏକ ଭାଗବତ ପୋଥି ଅନେକ ପ୍ରାମାଣିକ ତଥ୍ୟ ଯୋଗାଇ ଦେଇଥିବାର ସୂଚନା ରହିଛି ।

ଓଡିଶାରେ ଭାଗବତ ଟୁଙ୍ଗି ମାଧ୍ୟମରେ ଘରେ ଘରେ ଭାଗବତ ପୋଥି ପରିଚିତ ଏବଂ ଏହାକୁ ଭକ୍ତିପୂତ ଭାବରେ ପୂଜା କରାଯାଏ । ଆଜିର କାର୍ଯ୍ୟକ୍ରମରେ ବହୁ ଭାଗବତ ପ୍ରେମୀ ଯୋଗ ଦେଇଥିଲେ । ରବୀନ୍ଦ୍ର ସ୍ୱାଇଁ, ମାଗୁଣି ଚରଣ ସେଠୀ, ଲଷ୍ମୀଧର ଦାସ, ରମେଶ ସାହୁ, ଝୁନି ଦେଇ, ରୋଜାଲିନ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Exit mobile version