୩୮ ଅଭିଯୋଗ ର ଶୁଣାଣି

ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପିପିଲି ବ୍ଲକ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି ଅଧ୍ୟକ୍ଷତା କରିଥିଲେ । ଏହି ଶୁଣାଣି ରେ ମୋଟ ୩୮ ଗୋଟି ଅଭିଯୋଗ ପତ୍ର ମିଳିଥିଲା । ସେଥିରୁ ବ୍ୟକ୍ତିଗତ ୩୦ ଗୋଟି, ସାମୁହିକ ୮ ଗୋଟି ଆବେଦନ ପତ୍ର ମିଳିଥିଲା । ଅଭିଯୋଗ ପତ୍ର ଗୁଡିକୁ ଆଇନ ଅନୁସାରେ ସମାଧାନ ପାଇଁ ବିଭିନ୍ନ ବିଭାଗ କୁ ପଠାଯାଇଥିଲା ।

ଏହି ଶୁଣାଣି ଶିବିରରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ପିପିଲି ଏସଡିପିଓ ଦେବାଶିଷ ମିଶ୍ର,ପିପିଲି ବିଡିଓ ସରୋଜ କୁମାର ରାଉତ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଆସନ୍ତା ୨୮ ତାରିଖ ଡେଲାଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ଦିବା ୧୦ ଘଟିକା ଠାରୁ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ବିବେକାନନ୍ଦ ସାହୁ ସୂଚନା ଦେଇଛନ୍ତି ।

Exit mobile version