ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍) ଅନ୍ତର୍ଗତ ପୁରୀ ଜିଲ୍ଲାର ଚୁଡାନ୍ତ ଭୋଟର ତାଲିକା ଆଜି ପ୍ରକାଶିତ ହୋଇଛି।ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡା ବିଭିନ୍ନ ଇଆରଓ , ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଏହି ତାଲିକା ପ୍ରକାଶନ କରିଥିଲେ।ଆଜି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ପରିଡା ଭୋଟର ତାଲିକା ପ୍ରକାଶ କରିବା ସହ ଏସ ଆଇ ଆର ୨୦୨୬ ପ୍ରକ୍ରିୟା ରେ ଭାରତର ଯୋଗ୍ୟ ନାଗରିକ ମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯିବା ସହ ଅଯୋଗ୍ୟ,
