ଏସ୍‌ଆଇଆର୍‌-୨୦୨୬ : ବାଲିଗୁଡ଼ା ବିଧାନସଭା ଆସନର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :-  ୮୨-ବାଲିଗୁଡ଼ା (ଏସ୍‌ଟି) ବିଧାନସଭା ନିର୍ବାଚନମଣ୍ଡଳୀର ଏସ୍‌ଆଇଆର୍‌-୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ବାଲିଗୁଡ଼ା ଉପଖଣ୍ଡ ମୁଖ୍ୟାଳୟରେ ପ୍ରକାଶ ପାଇଛି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)-ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସ ଙ୍କ ଦ୍ୱାରା ଏହି ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଥିଲା । ଏହି ଅବସରରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ମାନଙ୍କ ସମେତ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସହିତ ସ୍ୱତନ୍ତ୍ର ସଘନ ପୁନର୍ବୀକ୍ଷଣ (Special Intensive Revision) ପ୍ରକ୍ରିୟା ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ସମ୍ପନ୍ନ ହୋଇଛି । ଏହି ପ୍ରକ୍ରିୟାରେ ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ଗ୍ରହଣ ଏବଂ ମାମଲା ଗୁଡ଼ିକର ନିଷ୍ପତ୍ତି ଆଦି କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏହି ସମଗ୍ର ପ୍ରକ୍ରିୟାକୁ ସୁଚାରୁ ଭାବେ ସମ୍ପନ୍ନ କରିବାରେ AERO, BLO ସୁପରଭାଇଜର,

BLO ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀ ଓ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ପାଇଁ ERO କୃତଜ୍ଞତା ଜଣାଇଥିଲେ । ଏଥିସହ ଏସ୍‌ଆଇଆର୍‌ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ସହଯୋଗ କରିଥିବା ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଥିଲା । ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ହେବା ପରେ ଏବେ ୮୨-ବାଲିଗୁଡ଼ା (ଏସ୍‌ଟି) ନିର୍ବାଚନମଣ୍ଡଳୀର ସଂଶୋଧିତ ତାଲିକା ଅନୁଯାୟୀ ଆଗାମୀ ନିର୍ବାଚନୀ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ପ୍ରକାଶ କରିଥିଲେ ।

Exit mobile version