ଫୁଲବାଣୀ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ତୃତୀୟ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ,ସଂସ୍କାର ବିହୀନ ଶିକ୍ଷା ଅସମ୍ପୂର୍ଣ୍ଣ ଅଟେ

ଫୁଲବାଣୀ  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଫୁଲବାଣୀ ସ୍ଥିତ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗର ସଭାଗୃହରେ ଫୁଲବାଣୀର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ଗୁରୁ ପୂଜନ ଓ ସମ୍ବର୍ଦ୍ଧନାଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମାଜର ନିର୍ମାଣ କର୍ତ୍ତା ଅଟନ୍ତି, ସେମାନେ ଛାତ୍ରଛାତ୍ରୀ ମାନଙ୍କ ଜୀବନ ଗଠନରେ ପିତା ମାତାଙ୍କର ଠାରୁ ମଧ୍ୟ ଆଗରେ ତେଣୁ ସେହି ପରିମାଣ ରେ ଜତ୍ନଶୀଳ ହେବା ଆବଶ୍ୟକ ବୋଲି କହିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ ଯୋଗ ଦେଇ ଆମ ଶିକ୍ଷା ବ୍ୟବସ୍ଥା ରେ ସଂସ୍କାର ତଥା ଆମ ଦେଶର ସଂସ୍କୃତି କୁ ଗୁରୁତ୍ବ ଦେବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ପ୍ରତିଫଳିତ ହେବା ମଧ୍ୟ ଆବଶ୍ୟକ ବୋଲି କହିଥିଲେ । କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ବେହେରା ସଭାପତିତ୍ବ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସହକାରୀ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅତିନିଆଲ ନାୟକ,ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ରୋଟାରୀ ଆନ୍ ଶ୍ରୀ ସୂନୀଲ ପଟ୍ଟନାୟକ,ଅବସରପ୍ରା ପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ଡକ୍ଟର କାହ୍ନୁଚରଣ ଶତପଥି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅତିଥି ପରିଚୟ ଅନୁଷ୍ଠାନ ର ସହସମ୍ପାଦକ ଶ୍ରୀ ତ୍ରିଲୋଚନ ପଣ୍ଡା କରିଥିବା ବେଳେ ଉପସଭାପତି ଶ୍ରୀ ସୁଜିତ୍ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କନ୍ଧମାଳ ଜିଲ୍ଲା ର ସମସ୍ତ ୧୨ଟି ବ୍ଳକ୍ ର ଶିକ୍ଷା ବିଭାଗ ଓ ମଙ୍ଗଳ ବିଭାଗ ର ଆବାସିକ ବିଦ୍ୟାଳୟ ଗୁଡିକର ୪୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉପଢ଼ୌକନ,ମାନପତ୍ର ଓ ସ୍ମୃତି ଫଳକ ଦେଇ, କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଦିତ କରାଯାଇଥିଲା ।

ଏହା ସମେତ ପୁର୍ବରୁ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ଶ୍ରୀ ଶରତ ଚନ୍ଦ୍ର ମହାନ୍ତି, ବରିଷ୍ଠ ସଦସ୍ୟ ସଦସ୍ୟା ଶ୍ରୀମତୀ ରୁପମ୍ବିକା ତ୍ରପାଠୀ, ସୁଶ୍ରୀ ମୁସ୍କାନ ସୁଆର,ଶ୍ରୀମତୀ ସୁଭ୍ରାରାଣୀ ପଟ୍ଟନାୟକ, ଶ୍ରୀ ଶ୍ଯାମବନ୍ଧୁ ମହାରଣା ସମେତ ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ l ଅନୁଷ୍ଠାନର ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ।

Exit mobile version