ବଲାଙ୍ଗୀର ଜିଲ୍ଲା (ଓଡିଶା ତାଜା ନ୍ୟୁଜ ) (ନି.ପ୍ର) ତୁରେକେଲା :- ପରମ୍ପରା କଳା ବିକାଶ କେନ୍ଦ୍ର, ଗ୍ରାମ, ସେମଲା ର ଆୟୋଜନ ରେ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସହାୟତାରେ ୯ମ ବର୍ଷ ନୁଆଁଖାଇ ଭେଟ କାର୍ଯ୍ୟ କ୍ରମ ମହା ସମାରୋହରେ ପାଳିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମ ରେ ଗଣ୍ଡା ବଜା, ଖଞ୍ଜଣୀ, ସଂକୀର୍ତ୍ତନ୍ୟ,ପୁଚି ଖେଳ, ମ୍ୟାଜିକ ଚେୟାର, ଭଣ୍ଡା ଫୁଟା, ଓ ରଙ୍ଗୋଲି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଉତୀନ୍ନ ପ୍ରତିଯୋଗୀ ମାନଙ୍କୁ ପ୍ରଥମ, ଦ୍ୱିତୀୟ, ତୃତୀୟ ପୁରସ୍କାର ବିତରଣ କରାଯାଇଥିଲା l

