ଓଡ଼ିଶା ତାଜା ନ୍ୟୁଜ ( ୩ ଅକ୍ଟୋବର ଶନିବାର ) ବ୍ରହ୍ମପୁର,ପାତ୍ରପୁର :- ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ଗ୍ରାମରେ ଜଣେ ଅଶି ବର୍ଷ ର ବୃଦ୍ଧା ଚାରିପୁତ୍ରର ଜନନୀ ହୋଇ ମଧ୍ୟ ଦାଣ୍ଡରେ ଭିକାରି ଭଳି ପଡି ରହିବା ଅତ୍ୟନ୍ତ ଲଜ୍ଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି l କଥାରେ ଅଛି ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗ ଦ୍ବାପି ଗରୀୟସୀ l ଏହିଭଳି ଜନନୀ କୁ ଯୋଡ଼ା ଆଶ୍ୱିନ ମାସ କାଳ ସାଜିଛି l ତୁମ୍ବା ଗ୍ରାମର ବାଇ ପାଢ଼ୀଙ୍କ ଚାରିପୁତ୍ର ମଧ୍ୟରୁ ଦୁଇ ପୁତ୍ରଙ୍କ ମୃତ୍ୟୁ ଘଟି ଥିବା ବେଳେ ଜୀବିତ ଦୁଇ ପୁତ୍ର ଓ ଦୁଇ ବୋହୁ ମା ଙ୍କୁ ମାସେ ଲେଖାଏଁ ରଖିବା ପାଇଁ ସ୍ଥିର କରି ପ୍ରତି ପୂର୍ଣ୍ଣିମାକୁ ଅବଧି ଶେଷର ନିୟମ ରଖିଥିଲେ l ସମ୍ପ୍ରତି ଯୋଡ଼ା ଆଶ୍ୱିନ ମାସ ପଡ଼ିଥିବାରୁ ଗତ କାଲି ଠାରୁ ଯୋଡ଼ା ଆଶ୍ୱିନ ମାସ ଆରମ୍ଭ ହେଉଥିବା ରୁ ଏହି ମାସରେ ବୃଦ୍ଧା ମା କୁ ରଖିବାକୁ କେହି ରାଜି ହେଉନାହାନ୍ତି l ବୃଦ୍ଧା ଜଣକ ସନ୍ଧ୍ୟା ପାଞ୍ଚଟା ସମୟରୁ ରାଜ ରାସ୍ତାରେ ପଡି ରହିଥିବା ବେଳେ ରାତ୍ର ଗ୍ରାମବାସୀ ହସ୍ତକ୍ଷେପ କରିଛନ୍ତି l ପୁତ୍ର ଓ ବୋହୁମାନେ ଭଲ ସ୍ଥିତି ରେ ରହିଥିବା ବେଳେ କୌଣସି ପୁତ୍ର ଏହି ମାସରେ ରଖିବାକୁ ରାଜି ହେଉନଥିବାରୁ ପୁତ୍ର ଜନ୍ମ କରିବା ମା ପାଇଁ ଅଭିଶାପ ପାଲୋଟିଛି l ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇପାରିନଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ହସ୍ତକ୍ଷେପ କରିବା ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲ ରେ ପ୍ରକାଶ ପାଇଛି । (ରିପୋର୍ଟ- ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ)
ଚାରି ପୁତ୍ରର ଜନନୀ ଦାଣ୍ଡର ଭିକାରି ; ଅଶି ବର୍ଷ ବୃଦ୍ଧା ମା ପାଇଁ ଯୋଡ଼ା ଆଶ୍ୱିନ ହେଲା କାଳ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
କାଶୀନଗର ଥାନା ଅନ୍ତର୍ଗତ କିଡିଗାଁ ଗ୍ରାମରେ ଘଟିଥିବା ଏକ ଅତର୍କିତ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ ୪ମାସ ଜେଲଦଣ୍ଡ ରେ ଦଣ୍ଡିତ
by
Proprietor Abhimanyu Maharana
November 15, 2026
ପଡ଼ିଆ ବ୍ଳକରେ ଭତ୍ତା ବଣ୍ଟନ
by
Proprietor Abhimanyu Maharana
November 15, 2026
ବେଲପଡ଼ାରେ କନକଙ୍କ ବଡ଼ ଘୋଷଣା : କେହି ଯୋଗ୍ୟ ଲୋକ ଭତ୍ତାରୁ ବଞ୍ଚିତ ହେବେ ନାହିଁ
by
Proprietor Abhimanyu Maharana
November 15, 2026
କଣ୍ଟାବାଞ୍ଜିରେ ଓଡ଼ିଶା ଜନତା କଂଗ୍ରେସର ରଣହୁଙ୍କାର : ପୌର ନିର୍ବାଚନ ପାଇଁ ପ୍ରତି ୱାର୍ଡରେ ହେବ ୱାର୍ଡ ସଭା
by
Proprietor Abhimanyu Maharana
November 15, 2026
ଜୟ ଶ୍ରୀରାମ! ବାବାଙ୍କ କୁଟିଆରେ ଅନ୍ନକୂଟ ମହାପ୍ରସାଦରେ ଉମଡ଼ିଲା ହଜାର ହଜାର ଶ୍ରଦ୍ଧାଳୁ
by
Proprietor Abhimanyu Maharana
November 15, 2026
ବୁରୋମାଲରେ ବିଜ୍ଞାନର ମେଳା! ଛୋଟ ପିଲାଙ୍କ ବଡ଼ ଆବିଷ୍କାର ଦେଖି ଚକିତ ହେଲେ ସମସ୍ତେ
by
Proprietor Abhimanyu Maharana
November 15, 2026