ବହୁ ଚର୍ଚ୍ଚିତ “ବ୍ରାହ୍ମଣୀ ମାଉସୀ” ଙ୍କୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସମର୍ପଣ ବୃଦ୍ଧା ଶ୍ରମ ରେ ଥଇଥାନ

 ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚୀବ ଅଞ୍ଜଳି ମଛଖଣ୍ଡ ଙ୍କ ନିର୍ଦ୍ଦେଶରେ ବହୁ ଚର୍ଚ୍ଚିତ ବ୍ରାହ୍ମଣୀ ମାଉସୀ ଙ୍କୁ ଲେଖନ ପୁର ସ୍ଥିତ “ସମର୍ପଣ” ବୃଦ୍ଧା ଶ୍ରମ ରେ ଶନି ବାର ରାତ୍ର ୮.୩୦ମିନିଟ୍ ସମୟରେ ଅଧିକର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଏବଂ ସ୍ବାସ୍ଥ୍ୟ ମିତ୍ର ଙ୍କଦ୍ୱlରl ଥଇ ଥାନ କରାଯାଇଛି l ପ୍ରକାଶ ଥlଉକି , ଦୈନିକ ଖବର କାଗଜ ରେ ପ୍ରକାଶିତ ଖବର” ବ୍ରାହ୍ମଣୀ ଙ୍କ ମୃତ୍ୟୁ କୁ ଅପେକ୍ଷା କରିଛି ପ୍ରଶାସନ”ଶିରୋନାମl ଖବର ଟି ଜିଲ୍ଲା ଦୌରl ଜଜ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷା ଅଜନ୍ତା ଷଡଙ୍ଗୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା l

ଅଧ୍ୟକ୍ଷା, ତୁରନ୍ତ ଏହାର ସମାଧାନ ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚୀବ ଅଞ୍ଜଳି ମଛଖଣ୍ଡ ଙ୍କୁ ନିର୍ଦ୍ଦେଶ ଦେଇ ଥିଲେ l ସଚିବ, ଖବର ଟି ର ସତ୍ୟତା ଜାଣିବା ସହିତ ଅସହାୟ ମାଉସୀ ଙ୍କ ଥଇଥାନ କରିବା ପାଇଁ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଏବଂ ମାନସ ରଞ୍ଜନ ବଳବନ୍ତ ରାୟଙ୍କୁ ଦାୟିତ୍ଵ ଅର୍ପଣ କରିଥିଲେ l ଅଧିକାର ମିତ୍ର ଦ୍ବୟ ସଚିବ ଙ୍କ ନିର୍ଦ୍ଦେଶl ନୁଶାରେ ରଣପୁର ବ୍ଲକ୍ ର ବ୍ରଜସୁନ୍ଦ୍ଦର୍ ପୁର ଗାଁ ରେ ପହଞ୍ଚି ଅସହାୟ ଅବସ୍ଥାରେ ଥିବା ବ୍ରାହ୍ମଣୀ ମାଉସୀ ଙ୍କୁ ଉଦ୍ଧାର କରି ରାଜ ସୁନାଖଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଇ ଉନ୍ନତ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭେଷଜ ବିଭାଗ ର ୨୧୫ନ ବେଡ ରେ ପଞ୍ଜୀକୃତ କରି ଡାକ୍ତର ସିଦ୍ଧାର୍ଥ ଦାଶ ଙ୍କ ତତ୍ୱlବ ଧାନ ରେ ଚିକିତ୍ସା ଆରମ୍ଭ କରାଯାଇ ଥିଲା l

ଦେବଦୁତ ଅନୁଷ୍ଠାନ ର ଉମାକାନ୍ତ ମହାପାତ୍ର ଏବଂ ତାଙ୍କ ସହ ଯୋଗୀ ସ୍ବେଛାସେବୀ ଙ୍କସେବାରେ ବ୍ରାହ୍ମଣୀ ମାଉସୀ ସୁସ୍ଥ ହେଲାପରେ ସଚୀବ,ଅଞ୍ଜଳି ମଛଖଣ୍ଡ ଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ବୃଦ୍ଧା ଶ୍ରମ ର କର୍ମ କର୍ତ୍ତା ଙ୍କ ସହିତ ଯୋଗାଯୋଗ କରି ରାତ୍ର ୮.୩୦ମିନିଟ ସମୟରେ ଲେଖନ ପୂର ସ୍ଥିତ “ସମର୍ପଣ”ବୃଦ୍ଧା ଶ୍ରମ ରେ ଥଇଥାନ କରିଥିଲେ l ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଏପରି କାର୍ଯ୍ୟ କୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି l

Exit mobile version