ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

ଆଜିତାରିଖ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଶୁକ୍ରବାର ଅପରାହ୍ନ ୦୩ ଘଣ୍ଟା ସମୟରେ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଲକ ଅଧିନସ୍ୟ ଟିକ୍ରାପଡା ଗ୍ରାମର ପଶ୍ଚିମ ଓଡିଶା ଲୋକ କଳା ପୁରୁଦ୍ଧାର ପରିଷଦ ର ଅଫିସ ଗୃହ ରେ ତ୍ରିବେଣୀ କଳାକାର ସଙ୍ଗ ର ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ବସିଥିଲା ସଭାପତିତ୍ୱ କରିଥିଲେ ଶ୍ରୀଯୁକ୍ତ ହେମପତି ଛତ୍ରିଆ ସଭାକାର୍ଯ୍ୟ ଆରମ୍ଭ କରିଥିଲେ ସର୍ବ ପ୍ରଥମେ ସ୍ୱର୍ଗତ ବିଶିଷ୍ଟ ସଂକୀର୍ତ୍ତନଗାୟକ କଳାକାର ଶ୍ରୀ ବିରଞ୍ଚି ସଗ୍ରିଆ ଆମରଆତ୍ମା ର ସଦଗତି ହେଉ ବୋଳି ନିରବ ପାର୍ଥନା କରିଥିଲେ l

ସର୍ବ ସନମ୍ମିତି କ୍ରମେ ଆଲୋଚନା କରିଥିବା ବେଳେ ଆସନ୍ତା ତାରିଖ ୦୭/୧୦/୨୦୨୬ ବୁଧବାର ଦିନ ମହାଖଣ୍ଡ ଗ୍ରାମପଞ୍ଚାୟତ ରେ ନୂଆଖାଇ ଭେଟଘାଟ ଉତ୍ସବ କରିବାର ସ୍ଥିରକରାଗଲା ଏବଂ ସଭ୍ୟ ମାନଙ୍କ ସିଦ୍ଧାନ୍ତକ୍ରମେ ମୁଖ୍ୟ ଅତିଥି କନକ ବର୍ଦ୍ଧନ ସିଂ ଦେଓ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଓଡିଶା ମୁଖ୍ୟ ଵକ୍ତା ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ବିଧାୟକ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପ୍ରମାନନ୍ଦ ପଟେଲ ବିଡ଼ିଓ ତୁରେକେଲା ସମ୍ମାନିତ ଅତିଥି

ଶ୍ରୀଯୁକ୍ତ କାର୍ତ୍ତିକେଶ୍ୱର ସାହୁ ବ୍ଲକ କଳା ସଂସ୍କୃତି ସଙ୍ଗ ଉପ ସଭାପତି ତୁରେକେଲା ଉପସ୍ଥିତ ତ୍ରିବେଣୀ କଳାକାର ସଙ୍ଗ ସଭାପତି ଶ୍ରୀଯୁକ୍ତ ଅମିଳ ପୁଟେଲ ଉପ ସଭାପତି ଶ୍ରୀଯୁକ୍ତ ବନବାସ ସୁନା କୋଷାଧକ୍ଷ ଶ୍ରୀଯୁକ୍ତ ପୁରନ୍ଦର ପୁଟେଲ ଶ୍ରୀଯୁକ୍ତ ଶରତ କୁମାର ଦାସ ଶ୍ରୀଯୁକ୍ତ ରାଧେଶ୍ୟାମ ଦାସ ଶ୍ରୀଯୁକ୍ତ ଶ୍ରୀଯୁକ୍ତ ରଥ ବେହେରା ଶ୍ରୀଯୁକ୍ତ ଗିରିଧାରୀ ହଂସ ଶ୍ରୀଯୁକ୍ତ ଜଗନ୍ନାଥ ହଂସ ଶ୍ରୀଯୁକ୍ତ ପୂନ୍ୟ ନିଆଲ ଶ୍ରୀଯୁକ୍ତ ବିଶେଶ୍ୱର ପୁଟେଲ ଶ୍ରୀଯୁକ୍ତ ସୁବନାଥ ନେତାମ ଶ୍ରୀଯୁକ୍ତ ଦଶମୁ ପୁଟେଲ ଶ୍ରୀଯୁକ୍ତ ଲକ୍ଷ୍ମଣ ନେତାମ ଶ୍ରୀଯୁକ୍ତ ଭୀମାଧର ନାଗ ଶ୍ରୀଯୁକ୍ତ ସଏଁଟା ମାଝୀ ଉପସ୍ଥିତ ଥିଲେ ଶେଷରେ ଧନ୍ୟବାଦ ଜଣାଇଥିଲେ ବିଶେଶ୍ୱର ପୁଟେଲ l

Exit mobile version