ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ

ପୁରୀ ବ୍ଲୁ ଫ୍ଲାଗ ବିଚରେ ଆନ୍ତର୍ଜାତୀୟ ଉପକୂଳ ସ୍ବଛତା ଦିବସ ପାଳିତ।

ପୁରୀ  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସ୍ବଛତା ଏକ ନିରନ୍ତର ପ୍ରକ୍ରିୟା। ଏହାକୁ ସେବା ବୋଲି ବିବେଚନା କରି ଜନଭାଗିଦାରୀ ରେ ସ୍ବଛତା ପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କଲେ ଏହା ଦୀର୍ଘସ୍ଥାୟୀ ହୋଇଥାଏ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି ପୂର୍ବାହ୍ନରେ ବ୍ଲୁ ଫ୍ଲାଗ ବିଚ ଠାରେ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗ ରେ ଆନ୍ତର୍ଜାତୀୟ ଉପକୂଳ ସ୍ବଛତା ଦିବସ ପାଳିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବେଳାଭୂମି କୁ ସ୍ବଛ ରଖିବା ଅର୍ଥ ଅର୍ଥନୀତି କୁ ସମୃଦ୍ଧ କରିବା।ସ୍ବଛତା ସହ ସର୍ବଦା ପର୍ଯ୍ୟଟନ ଓ ଅର୍ଥନୀତି ଜଡ଼ିତ।ପୁରୀ ବ୍ଲୁ ଫ୍ଲାଗ ବିଚ ସମଗ୍ର ଦେଶର ଏକ ଶ୍ରେଷ୍ଠ ସ୍ବଛ ବେଳାଭୂମି ର ମାନ୍ୟତା ପାଇଛି।ଏହାକୁ ବଜାୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଥିଲେ।ପୁରୀ ର ଶିଳ୍ପ ହେଲା ପର୍ଯ୍ୟଟନ।ତେଣୁ ନୀଳ ଅର୍ଥନୀତି ବା ବ୍ଲୁ ଇକୋନୋମୀ କୁ ଆଗକୁ ନେବା ଆମ ସମସ୍ତଙ୍କ ଦାୟିତ୍ୱ।ବର୍ତ୍ତମାନ ମହିଳା ମାନେ ଆତ୍ମବିଶ୍ବାସୀ ଓ ପରିଶ୍ରମୀ ଲାଇଫ ଗାର୍ଡରେ ମହିଳା ମାନଙ୍କ ଯୋଗ ଦାନ ଏହାର ପ୍ରମାଣ।ସାଗର, ବେଳାଭୂମି ପ୍ରକୃତିର ଦାନ।

ଏହାକୁ ସୁରକ୍ଷା, ସୁରକ୍ଷିତ ଓ ସୁସ୍ଥ ରଖିବା କୁ ଆମେ ସଂକଳ୍ପ ନେବା ବୋଲି ଶ୍ରୀମତୀ ପରିଡା ଆହ୍ୱାନ ଦେଇଥିଲେ।ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜଳପଥ ମାନବ ସଭ୍ୟତାର ମୁଖ୍ୟ ଉତ୍ସ।ସାଧବ ପୁଅ ମାନେ ବାଣିଜ୍ୟ କରି ଦେଶ ଦେଶ ମଧ୍ୟରେ ସଂପର୍କ ସୃଷ୍ଟି ସହ ପର୍ଯ୍ୟଟନ ର ବିକାଶ ଓ ଆର୍ଥିକ ସମୃଦ୍ଧି ର ବାର୍ତ୍ତା ବହ ଥିଲେ।ପ୍ରାୟ ୮୫ ଭାଗ ବାଣିଜ୍ୟ ସମୁଦ୍ର ପଥରେ ହୋଇ ନୀଳ ଅର୍ଥନୀତି କୁ ସମୃଦ୍ଧ କରିଥାଏ ବୋଲି କହିଥିଲେ ।

ବାଣିଜ୍ୟ, ମତ୍ସ୍ୟ ଉତ୍ପାଦନ, ଅକ୍ଷୟ ଶକ୍ତି ସମୁଦ୍ର ର ଅବଦାନ।ଜିଡିପିର ଶତକଡା ୪ ଭାଗ ନୀଳ ଅର୍ଥନୀତି ଉପରେ ପର୍ଯ୍ୟବେସିତ । ୨୦୪୭ ବିକଶିତ ଭାରତ ପାଇଁ ନୀଳ ଅର୍ଥନୀତି ଶତକଡା ୧୦ ଭାଗର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିବା ସହ ଜୈବ ସମ୍ବଳର ଗବେଷଣା ସମାଜ ସେବା କୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଥିଲେ । ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିର ସୁରକ୍ଷା ଓ ସ୍ବଛତା ପାଇଁ ବିବିଧ ପରାମର୍ଶ ଦେଇଥିଲେ ।

ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରି ସ୍ବଛ ସାଗର ଓ ସୁରକ୍ଷିତ ସାଗର ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଏସପି ପ୍ରତୀକ ସିଂ,ଡିଏଫଓ ମଗର ଧନୀଜ ରାଓସୋ,ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଉପକୂଳ ସ୍ବଛତା ସମ୍ପର୍କରେ ଶପଥ ପାଠ କରାଯାଇଥିଲା ।

ପୂର୍ବରୁ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ କୁଇଜ,ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପୂର୍ବରୁ ଅତିଥି ମାନେ ଦିଗବାରେଣୀ ଠାରୁ ବ୍ଲୁ ଫ୍ଲାଗ ବିଚ ପର୍ଯ୍ୟନ୍ତ ସ୍ବଛତା ଅଭିଯାନରେ ସାମିଲ ହୋଇଥିଲେ।ଏହି ଅବସରରେ ବ୍ଲୁ ଫ୍ଲାଗ ବିଚ ଠାରେ ଓଟିଡିସି ପକ୍ଷରୁ କୋକାନଟ କାଫେ କୁ ଅତିଥି ମାନେ ଉଦଘାଟନ କରିଥିଲେ ।

Exit mobile version