କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି

କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ରିଖ ଶନିବାର ଦିନ ସକାଳ 10ଘଣ୍ଟା ସମୟରେ ବିଶ୍ଵନିର୍ମାତା ବିଶ୍ୱକର୍ମା ବାବା ଙ୍କର ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l କଣ୍ଟାବାଞ୍ଜି ଡ୍ରାଇଭର ସଂଘ କଣ୍ଟାବାଞ୍ଜି ଆନୁକୂଲ୍ୟରେ ଦୀର୍ଘ ତିନି ଦିନ ଧରି ବିଶ୍ୱକର୍ମା ବାବାଙ୍କର ପୂଜାର୍ଚନା ସାଙ୍ଗକୁ ଭୋଗ ବଣ୍ଟନ କରାଯାଇଥିଲା l ଅନେକ ଅଂଚଳରୁ ଲୋକେ ଭଗବାନ ବିଶ୍ୱକର୍ମା ବାବା ଙ୍କୁ ଦରଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ l

କଣ୍ଟାବାଞ୍ଜି ଡ୍ରାଇଭର ସଙ୍ଘ ସଭାପତି କାର୍ତିକ ବରିହା ଙ୍କ ନେତୃତ୍ୱରେ ଆଜି କଣ୍ଟାବାଞ୍ଜି ବଜାର ରୁ ପୁଞ୍ଜିପଥର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ରେ ଭାବବାନ ବିଶ୍ୱକର୍ମା ଙ୍କୁ ଭସାଣି ଉତ୍ସବ କରି ବିଦାୟ ଦିଆଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ l

Exit mobile version