ଆକାଶବାଣୀ ଏଫ ଏମ ରେନଵୋ ଏବଂ ଭାରତ ମସଲା ପକ୍ଷରୁ ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

କଟକ  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କଟକ ନେତାଜୀ ସଂସ୍କୃତି ଭବନ ପରିସରରେ ଆକାଶବାଣୀ ଏଫ ଏମ ରେନଵୋ ରେ ପ୍ରଚାରିତ ରେଡ଼ିଓ ଧାରାବାହିକ କଥାରେ କଥାରେ ଏବଂ ଭାରତ ମସଲା ସ୍କୁଲ ଟାଇମର ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଆକାଶବାଣୀ ଆରଜେ ନଳିନୀ ଙ୍କ ପରିକଳ୍ପନାରେ ଏବଂ ଭାରତ ମସଲା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆକାଶବାଣୀ ତଥା ଦୂରଦର୍ଶନର ପୂର୍ବତନ କେନ୍ଦ୍ରନିର୍ଦେଶକ ଡ଼କ୍ଟର ଶାନ୍ତନୁ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆକାଶବାଣୀ ଶ୍ରୋତା ପରିଷଦ ଓଡିଶାର ବଡ଼ ଭାଇ ବସନ୍ତ କୁମାର ମହାପାତ୍ର .

ପ୍ରଯୋଜକ ତଥା ସୁ ଲେଖକ ଦିଲୀପ ଜେନା ସିଆରସିସି ଲଷ୍ମୀପ୍ରିୟା ରାଉତ. କଟକ ସଦର ଆଡିସନାଲ ବିଓ ମହୋଦୟ ଆଇଆଇସି ରାକେଶ କୁମାର ବେହେରା ସମେତ ବହୁ ମାନ୍ୟ ଗଣ୍ୟ ଅତିଥି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ରାଜ୍ୟର ରେଡ଼ିଓ କୁ ଶୁଣୁଥିବା ଶ୍ରୋତା ବନ୍ଧୁଙ୍କୁ ଭାରତ ମସଲା ପକ୍ଷରୁ ପୁରସ୍କାର ପ୍ରଦାନ ସହିତ ଆକାଶବାଣୀ ଶ୍ରୋତା ପରିଷଦ ଓଡିଶା ତରଫରୁ ଭାରତ ମସଲାର ଏମଡି ସୁଶାନ୍ତ କୁମାର ପଣ୍ଡା ଏବଂ ଭାରତ ମସଲାର ସ୍ୱୟଂ ସିଦ୍ଧା ନନ୍ଦିତା ପଣ୍ଡାଙ୍କୁ ସାଧବ ପୁଅ ସାଧବ ବୋହୂ ସମ୍ମାନରେ ସମ୍ମାନିତ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା… ଏଥିରେ ଭାରତ ମସଲା ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ପଣ୍ଡା ତଥା କମ୍ପାନୀର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

Exit mobile version