କୃତୀ ଶିକ୍ଷକ ଦିବଂଗତ କୈଳାଶ ଚନ୍ଦ୍ର ବେହେରାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଆଦର୍ଶ ଶିକ୍ଷକ ଦିବଂଗତ କୈଳାଶ ଚନ୍ଦ୍ର ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଚାରଣ ସଭା ୪୨ ମୌଜା ବଣ୍ଟୁଣିଆ ଠାରେ ସାମାଜିକ ସଂଗଠନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ତରଫରୁ ଅନୁଷ୍ଠିତ ହେଇଯାଇଛି । ପ୍ରତିଷ୍ଠାନର ବରେଣ୍ୟ ସଭାପତି ବରିଷ୍ଠ ସମାଜସେବୀ ଇଂ.ଅଶୋକ କୁମାର ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ମାନବାଧିକାର କମିଶନର ସଦସ୍ୟ ଅସୀମ ଅମିତାଭ ଦାଶ,

ଟ୍ରେଡ୍ ୟୁନିଅନ ଲିଡର ବିରେନ୍ଦ୍ର ପ୍ରସାଦ ଦାସ,ସଦର ବ୍ଲକ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଖ୍ୟାତି ସମ୍ପନ୍ନ ରାଜନେତା ଆର୍ତ୍ତତ୍ରାଣ ବିଶ୍ବାଳ,ଯାଦବ ନେତା ସୁବାସ ବେହେରା,ସାହିତ୍ୟିକ ଚିତ୍ତ ରଂଜନ ବେହେରା,ଇଂ.ସେବକ ଶ୍ରୀକାନ୍ତ,ସରପଂଚ ଶିଶିର ରାଉତ, ରାମ ଚନ୍ଦ୍ର ଗୋଛାୟତ,କେଳୁ ଚରଣ ବେହେରା,ବିଦ୍ୟାଧର ପାତ୍ର,ଶରତ ରାୟ,ଡକ୍ଟର କଲିମୁଲ୍ଲା,ପ୍ରଦୀପ୍ତ ବିଶ୍ବାଳ,ଗଣେଶ୍ୱର ଦାଶ,ପ୍ରଫୁଲ୍ଲ ମହାପାତ୍ର,ରବୀନ୍ଦ୍ର ଦାସ,

ବିଜୟ ରାଉତରାୟ,କ୍ଷୀରୋଦ ଦାସ, ଗୋପାଳ ଦାସ,କ୍ଷୀରୋଦ ବେହେରା, ସୁମିତା ଦେବତା,ଜ୍ଯୋତି ରଂଜନ ଶାସେନୀ,ଘନଶ୍ୟାମ ମଲ୍ଲିକ୍, କୈଳାଶ ସାହୁ,ବିଷ୍ଣୁ ଦାସ,ଅସୀମ ଦାସ ଆଦି ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଦିବଙ୍ଗତ ବେହେରାଙ୍କ ପୁତ୍ର ସମିତି ସଭ୍ୟ ବିନୋଦ ବେହେରା,ପ୍ରମୋଦ ବେହେରା ଅତିଥି ବର୍ଗଙ୍କୁ ସ୍ବାଗତ କରିଥିବା ବେଳେ ପ୍ରତିଷ୍ଠାନ ସମ୍ପାଦକ ରୁଦ୍ରନାରାୟଣ ଦାସ ମଂଚ ପରିଚାଳନା କରିଥିଲେ । ଶିକ୍ଷାବିତ୍ ଅଭିରାମ ଦଳାଇ ଧନ୍ଯବାଦ ଅର୍ପଣ କରିଥିଲେ ।

Exit mobile version