ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ବିଦ୍ୟାଳୟରେ ଚାଲିଛି ଶିକ୍ଷକଙ୍କ ମନଇଚ୍ଛା ରାଜୁତି  

ବିଦ୍ୟାଳୟର ବିଦ୍ୟୁତ୍ କାହା ପାଇଁ ? ଶିକ୍ଷକଙ୍କ ବ୍ୟାଟେରୀ ଗାଡ଼ି ଚାର୍ଜ ନେଇ ପ୍ରଶ୍ନ

ଉପସ୍ଥାନ, ଶିକ୍ଷକଙ୍କ କର୍ତ୍ତବ୍ୟ ଓ ବିଦ୍ୟାଳୟ ସମୟରେ ବାହାରକୁ ଯିବା ନେଇ ଅଭିଯୋଗ; ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ଡିଇଓ ଙ୍କୁ ହାତଗୁଞ୍ଜା ଦେଇ ବିଦ୍ୟାଳୟର ଶିକ୍ଷକ ବନମାଳୀ ପ୍ରଧାନ ସରକାରୀ ବିଦ୍ୟୁତକୁ କରିଛନ୍ତି ବ୍ୟକ୍ତିଗତ ସମ୍ପତି । ଅନୁପସ୍ଥିତ ପିଲାଙ୍କ ଉପସ୍ଥାନ ଦେଖେଇ ମଧ୍ୟାହ୍ନ ଭୋଜନ ସାମାନ କୁ ହଡ଼ପ କରୁଥିବା କଥା ଶିକ୍ଷକ ମାନଙ୍କ ମଧ୍ୟରେ ଜୋରସୋର ଚର୍ଚ୍ଚା ହେଉଛି ।

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର) ଭୁବନେଶ୍ୱର :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନେଇ ଦିନକୁ ଦିନ ବିଭିନ୍ନ ଅଭିଯୋଗ ଓ ଚର୍ଚ୍ଚା ସାମ୍ନାକୁ ଆସୁଥିବା ଜଣାପଡ଼ିଛି । ବିଦ୍ୟାଳୟରେ ଉପଲବ୍ଧ ସରକାରୀ ବିଦ୍ୟୁତ୍‌ର ବ୍ୟବହାର ଠାରୁ ଆରମ୍ଭ କରି ଶିକ୍ଷକଙ୍କ କାର୍ଯ୍ୟଶୈଳୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

ସ୍ଥାନୀୟ ମହଲରେ ହେଉଥିବା ଅଭିଯୋଗ ଅନୁସାରେ, ବିଦ୍ୟାଳୟରେ ବନମାଳୀ ପ୍ରଧାନ ନାମକ ଶିକ୍ଷକ ନିଜସ୍ୱ ବ୍ୟାଟେରୀ ଗାଡ଼ି ଚାର୍ଜ କରୁଥିବା ନେଇ ବାରମ୍ୱାର ଚର୍ଚ୍ଚା ହେଉଛି । ଯଦି ଏହି ଅଭିଯୋଗରେ ସତ୍ୟତା ରହିଛି, ତେବେ ସରକାରୀ ବିଦ୍ୟାଳୟର ବିଦ୍ୟୁତ୍‌କୁ ବ୍ୟକ୍ତିଗତ କାମରେ ବ୍ୟବହାର କରିବାର ଅନୁମତି କିଏ ଦେଇଛି, ତାହା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ଏହା ସହିତ ବିଦ୍ୟାଳୟ ସମୟରେ ଉକ୍ତ ଶିକ୍ଷକ ବିଦ୍ୟାଳୟ ବାହାରେ ରହୁଥିବା, ନିୟମିତ ଡ୍ରେସ୍ କୋଡ୍‌ ପାଳନ ନକରିବା ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମୟରେ ବାହାରକୁ ଯିବା ଭଳି ଅଭିଯୋଗ ମଧ୍ୟ ସ୍ଥାନୀୟ ମହଲରୁ ଆସୁଥିବା କୁହାଯାଉଛି । ଏହି ଅଭିଯୋଗ ଗୁଡ଼ିକ ଆଧାରରେ  ବିଭାଗୀୟ ତଦନ୍ତର ନିହାତି  ଆବଶ୍ୟକ ରହିଥିବା ବେଳେ ଏଠି ଜିଲ୍ଲା ଶିକ୍ଷା ବିଭାଗ ତରଫ ରୁ କୌଣସି କଡା କାର୍ଯ୍ୟନୁଷ୍ଠାନ ନ ନେଇ ନୀରବ ଦ୍ରଷ୍ଟା ସାଜିବା କଣ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ପାଇଁ ଠିକ୍ ?

ଏଭଳି ଶିକ୍ଷା ବିଭାଗ  ଶିକ୍ଷକଙ୍କ ଭୁଲ୍ କୁ ଘୋଡାଇବାକୁ ଯାଇ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ସ୍ପଷ୍ଟ  ପ୍ରତୀତ ହେଉଛି । ଅନ୍ୟପଟେ, ବିଦ୍ୟାଳୟରେ ପ୍ରାୟ ୧୫୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ଅନେକ ସମୟରେ ଉପସ୍ଥାନ  ୫୦ ରୁ ପ୍ରାୟ କମ୍ ରହୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ବାସ୍ତବ ଉପସ୍ଥାନ ଓ ରେକର୍ଡରେ ଥିବା ଉପସ୍ଥାନ ମଧ୍ୟରେ କୌଣସି ତଫାତ୍ ଅଛି କି ନାହିଁ,

ତାହା ଯାଞ୍ଚ କରିବା ଆବଶ୍ୟକ ବୋଲି ସ୍ଥାନୀୟ ମହଲରେ ଦାବି ହେଉଛି । ଏପରିକି ବିଦ୍ୟାଳୟ ସମ୍ପର୍କରେ ଉଠୁଥିବା ଅଭିଯୋଗ ପରେ କେତେକ ବ୍ୟକ୍ତିଙ୍କ ମାଧ୍ୟମରେ ନିଜ ପକ୍ଷରେ ପରିବେଶ ସୃଷ୍ଟି କରିବାର ଚେଷ୍ଟା ହେଉଥିବା ନେଇ ମଧ୍ୟ ଚର୍ଚ୍ଚା ରହିଛି। ସମସ୍ତ ଅଭିଯୋଗର ସତ୍ୟତା ନିରପେକ୍ଷ ତଦନ୍ତ ହେଲେ ହିଁ ସାମ୍ନାକୁ ଆସିପାରିବ ।

ତେବେ ପ୍ରଶ୍ନ ଉଠୁଛି ( ? )

ସରକାରୀ ବିଦ୍ୟାଳୟର ବିଦ୍ୟୁତ୍ ବ୍ୟକ୍ତିଗତ ଯାନ ଚାର୍ଜ ପାଇଁ କି ..?

ବିଦ୍ୟାଳୟ ସମୟରେ ଶିକ୍ଷକମାନେ ବାହାରେ ରହିବାକୁ ଅନୁମତି ରହିଛି କି.. ?

ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ଶିକ୍ଷକଙ୍କ ଉପସ୍ଥାନ ଠିକ୍ ଭାବେ ଯାଞ୍ଚ ହେଉଛି କି.. ?

ଶିକ୍ଷା ବ୍ୟବସ୍ଥାରେ ସାଧାରଣ ଲୋକଙ୍କ ଆସ୍ଥା ଜଡ଼ିତ ଥିବାରୁ ଏପରି ଅଭିଯୋଗକୁ ହାଲୁକା ଭାବେ ନନେଇ ଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ । ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମ୍ପୃକ୍ତଙ୍କ ବିରୋଧରେ ନିୟମାନୁସାରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ

ଅଭିଯୋଗ ଭିତ୍ତିହୀନ ହେଲେ ମଧ୍ୟ ସତ୍ୟତା ସ୍ପଷ୍ଟ କରାଯାଉ-ଏହା ହିଁ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଦାବି । ବିଦ୍ୟାଳୟ ହେଉଛି ଏକ ଶିକ୍ଷାର ମନ୍ଦିର ; ବ୍ୟକ୍ତିଗତ ସ୍ୱାର୍ଥର କେନ୍ଦ୍ର ନୁହେଁ। ତେଣୁ ଅଭିଯୋଗଗୁଡ଼ିକର ତୁରନ୍ତ ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଦୋଷୀ ପ୍ରମାଣିତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋର ଧରିଛି ।

Exit mobile version