ଶ୍ରୀନିବାସପୁର ଶାସନରେ ଗଣେଶ ପୂଜା ଅବସରରେ ଗଣେଶ ଗୀତିନାଟ୍ୟ

ବାଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଶ୍ରୀନିବାସପୁର ଶାସନରେ ପବିତ୍ର ଗଣେଶ ପୂଜା ଅବସରରେ ଏକ ମନୋଜ୍ଞ ‘ଗଣେଶ ଗୀତିନାଟ୍ୟ’ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ସତ୍ୟ ନାରାୟଣ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା ।

ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ବିଜେପି ଯୁବ ସଂଗଠକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ଗ୍ରାମବାସୀ ଓ ଯୁବପିଢ଼ିଙ୍କୁ ଗଣେଶ ପୂଜାର ଶୁଭେଚ୍ଛା ଜଣାଇବା ସହ ସାଂସ୍କୃତିକ ପରମ୍ପରା ଓ ସମାଜ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ନିଜର ମତ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ସମାଜସେବୀ ଶ୍ରୀ ସୁକାନ୍ତ କୁମାର ସାହୁ ଯୋଗଦେଇଥିଲେ ।

ଗ୍ରାମର ଯୁବକମାନଙ୍କ ଉଦ୍ୟମ ଓ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଧୁ, ସିପୁ, କୁନା, ପବିତ୍ର, ଭୋଳା, ମାନସ, ଚନ୍ଦୁ, ପ୍ରଭାତ, ଅଜୟ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଗ୍ରାମର କାଉନସିଲର ଶ୍ରୀଯୁକ୍ତ ଅଭିମନ୍ୟୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version