ଗିରିପାଲିରେ ବିଧାୟକ ପାଣ୍ଠିରେ ନିର୍ମିତ କମ୍ୟୁନିଟି ସେଣ୍ଟର ଲୋକାର୍ପିତ, ଲଖମନିରେ ବିଶ୍ୱକର୍ମା ପୂଜାରେ ସାମିଲ ହେଲେ ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଯୁଯୋମୁରା ବ୍ଲକ ଅନ୍ତର୍ଗତ କୁକୁଡ଼ାପାଳି ଗ୍ରାମ ପଞ୍ଚାୟତରେ ଗୁରୁବାର ବିଭିନ୍ନ କାର୍ଯ୍ୟକ୍ରମରେ ବିରୋଧୀ ଦଳର ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇଥିଲେ । ପ୍ରଥମେ ଶ୍ରୀ ଆଚାର୍ଯ୍ୟ ଗିରିପାଲି ଗ୍ରାମରେ ବିଧାୟକ ପାଣ୍ଠିରୁ ନିର୍ମିତ କମ୍ୟୁନିଟି ସେଣ୍ଟରର ଲୋକାର୍ପଣ କରିଥିଲେ । ଏହି ଅବସରରେ ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି କମ୍ୟୁନିଟି ସେଣ୍ଟରର ବ୍ୟବହାର ଓ ଉପଯୋଗିତା ସମ୍ପର୍କରେ ଅବଗତ ହୋଇଥିଲେ ।

ଏହାପରେ ବିଧାୟକ ଉର୍ନିତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଶ୍ରୀ ଆଚାର୍ଯ୍ୟା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ବିଭିନ୍ନ ଶ୍ରେଣୀକୋଠରୀ, ଶିକ୍ଷକ ଅଭାବ ଓ ବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଅପରାହ୍ନ ୪ଟାରେ ଲଖମନି ଗ୍ରାମରେ ଆୟୋଜିତ ବିଶ୍ୱକର୍ମା ପୂଜା କାର୍ଯ୍ୟକ୍ରମରେ ଶ୍ରୀ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ ।

ଏଥିସହ ସେ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ । କାର୍ଯ୍ୟକ୍ରମରେ କୁକୁଡ଼ାପାଳି ସରପଞ୍ଚ ଗୀତାଞ୍ଜଳି ଦେହୁରୀ, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ହୀରାଲାଲ ବେହେରା, ଯୁଯୋମୁରା ବ୍ଲକ ବିଜେଡି ସଭାପତି ବିନୋଦ ବଡ଼ପଣ୍ଡା ଓ ଗିରିପାଲି ଗ୍ରାମର ନବୀନ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ବିଜେଡି ପଞ୍ଚାୟତ ସଭାପତି ସୁବ୍ରତ ବିଶ୍ୱାଳ,

ରାଜକୁମାର ସାହୁ, ପ୍ରଦୀପ ଡନସେନା, ଅଭିଳାଷ ସାମଲ ଓ ପ୍ରଶାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଲଖମନି ଗ୍ରାମର କାର୍ଯ୍ୟକ୍ରମରେ ବିଶ୍ୱ କର୍ମା ପୂଜା କମିଟି ର କୈଳାଶ କାଣ୍ଡ, ସୁବାସ କୁମୁଦ ଧର, ସନାତନ ଭୋଇ ଓ କପିକ କୁମୁଦ ଧର ପ୍ରମୁଖ ସାମିଲ ଥିଲେ । ଏଥିସହ ଜିଲ୍ଲା ବିଜେଡି ଉପସଭାପତି ତଥା ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର,

ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଇସମାଇଲ ଆଜାଦ ବଢ଼େଇ, ଡଙ୍ଗରପଡ଼ା ସରପଞ୍ଚ ଅୟସକାନ୍ତ ବଡ଼ପଣ୍ଡା, ସମିତି ସଭ୍ୟ ପ୍ରକାଶ ସାହୁ, ଘନଶ୍ୟାମ ସାହୁ, ହରିହର ନାୟକ, ଝସ ନାୟକ, ପ୍ରଦୀପ ପରିଡ଼ା, ପ୍ରବୀଣ ସୁପକାର, ଦୟାସାଗର ପ୍ରଧାନ, ବିରେନ ପଶାୟତ, ଅଶ୍ୱିନୀ ନାୟକ, ଖିରୋଦ ସାହୁ, ଧୀରଜ ପାଢ଼ୀ ଓ ଶୁଭମ ପଣ୍ଡାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Exit mobile version