ଓଡ଼ିଶା ତାଜା ନ୍ୟୁଜ ( ୩ ଅକ୍ଟୋବର ଶନିବାର ) ଢେଙ୍କାନାଳ :- ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମଝିଖମଣ ଗ୍ରାମରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ମୁକ୍ତାପଶି ଗ୍ରାମର ମାଧବ ସାହୁଙ୍କ ସ୍ତ୍ରୀ ନେତ୍ରମଣି ସାହୁ (୪୮) ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ମହିଳା ଜଣଙ୍କ ଆଜି ଭୋରୁ ତାଙ୍କ ନିଜ ବିଲକୁ ଯାଉଥିବା ସମୟରେ ଏକ ଦନ୍ତାହାତୀ ସହ ମୁହାଁମୁହିଁ ହୋଇଥିଲା । ସେଠାରେ ଦନ୍ତା ମହିଳାଙ୍କୁ ଶୁଣ୍ଢରେ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିଛନ୍ତି । ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରଙ୍କୁ ସହାୟତା ନିମନ୍ତେ ଜନସାଧାରଣରେ ଦାବି ହେଉଛି । ( ରିପୋର୍ଟ – ଅମର ରଞ୍ଜନ ଦାସ )
ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ ; ମୃତକଙ୍କ ପରିବାରକୁ ସହାୟତା ଦାବି – ଢେଙ୍କାନାଳ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ
by
Proprietor Abhimanyu Maharana
September 29, 2026
ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା
by
Proprietor Abhimanyu Maharana
September 29, 2026
ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ
by
Proprietor Abhimanyu Maharana
September 29, 2026
ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 29, 2026
ସିୟୁଟିଏମ ପରିସରରେ ପ୍ରଫେସର ଏମ.ଏସ. ସ୍ୱାମୀନାଥନ’ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ
by
Proprietor Abhimanyu Maharana
September 29, 2026
ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି
by
Proprietor Abhimanyu Maharana
September 29, 2026