ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ

କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କଟକ ମହାନଗର ଶାନ୍ତି କମିଟିର ସମ୍ପାଦକ, କଟକ ସହରର ଶାନ୍ତିଦୂତ, ଦରଦୀ ମଣିଷର ବନ୍ଧୁ ତଥା ସାମ୍ପ୍ରଦାୟିକ ସଦଦ୍ଭାବ ପାଇଁ ନିଷ୍ଠାପର ଉଦ୍ୟମ କରୁଥିବା ଶ୍ରୀ ଭିକାରୀ ଦାସ ଦୂରାରୋଗ୍ୟରେ ପୀଡ଼ିତ ହୋଇ ନିଜ ବାସଭବନରେ ଚିକିତ୍ସିତ ହେଉଛନ୍ତି। ଏହି ଦୁଃଖଦ ଖବର ପାଇ ସି.ପି.ଆଇ ଦଳର ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅମରେନ୍ଦୁ ମହାନ୍ତି,

କଟକ ଜିଲ୍ଲା ସମ୍ପାଦକ ଶ୍ରୀ ବିନୋଦ ବେହେରା, ନଗର ସମ୍ପାଦକ ଶ୍ରୀ ପ୍ରସନ୍ନ ମହାପାତ୍ର, ଏ.ଆଇ. ଟି .ୟୁ .ସି କଟକ ଜିଲ୍ଲା ସମ୍ପାଦକ ଶ୍ରୀ ଅଶୋକ ତା,ଇସ୍କଫ୍ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସଂଜୟ ପରିଜା, ଅଲ୍ ଓଡିଶା ବ୍ୟାଙ୍କ କର୍ମଚାରୀ ନେତା ଶ୍ରୀ ବିପିନ୍ ବିହାରୀ ପାଢ଼ୀ ଓ ଶ୍ରୀ ଭ୍ରମରବର ସାହୁ ପ୍ରମୁଖ ଅସୁସ୍ଥ ଭିକାରୀ ଦାସ ଙ୍କୁ

ତାଙ୍କ ବାସଭବନରେ ସାକ୍ଷାତ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଆଗାମୀ ପାର୍ବଣ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ନେତୃତ୍ୱ ନେବା ପାଇଁ ସି.ପି.ଆଇ ନେତୃବୃନ୍ଦ ଆଶା ପ୍ରକଟ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Exit mobile version