ମା “ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ

କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କଟକ ଚୌଧୁରୀ ବଜାର ପୂଜା ମଣ୍ଡପରେ ଅନୁଷ୍ଠିତ ଦୟାମୟୀ ମା’ ମଙ୍ଗଲଚଣ୍ଡୀଙ୍କ ଅସୀମ ଆଶୀର୍ବାଦରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ଚୌଧୁରୀ ବଜାର ଦୁର୍ଗା ମଣ୍ଡପରେ ଅଷ୍ଟଦିନାତ୍ମକ ମା’ ମଙ୍ଗଲଚଣ୍ଡୀଙ୍କ ଭବ୍ୟ ପୂଜା ମହୋତ୍ସବ ଆଜି ମଙ୍ଗଳବାର ଠାରୁ ୨୨ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ମା’ଙ୍କ ଶ୍ରୀ ଚରଣରେ ସମର୍ପିତ ନିମନ୍ତେ ଏକ “ଭବ୍ୟ ନୂତନ ସୁଦୃଶ୍ୟ ପିତ୍ତଳ ମେଢ଼”  “ଉତ୍କଳ ବଙ୍ଗୀୟ ତାମ୍ବୁଲି ସମାଜ” ର ସମସ୍ତ ଭକ୍ତିଙ୍କ ଅକୁଣ୍ଠ ସହଯୋଗରେ ନିର୍ମାଣ କରାଯାଇଅଛି ।

ଏହାର ଶୁଭ ଉନ୍ମୋଚନ ପବିତ୍ର ଗଣେଶ ଚତୁର୍ଥୀ ରେ ମା’ କଟକଚଣ୍ଡୀଙ୍କ ମୁଖ୍ୟ ପୂଜକ ପଣ୍ଡିତ ରତ୍ନାକର ପଣ୍ଡା ମହୋଦୟ ଓ ଶ୍ରୀ ଗୋପାଳ ଜୀଉ ମଠର ମଠାଧୀଶ ସମ୍ମାନୀୟ ମହନ୍ତ ସୁଜନ କୁମାର ଦାସ ମହାରାଜ ” ଙ୍କ କରକମଳରେ ଲୋକାର୍ପିତ ହୋଇଛି । ଏହି ସମାରୋହରେ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇଥିଲେ ।

Exit mobile version