ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ନୂଆଗାଁ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :-  ପୃଥିବୀ ପୃଷ୍ଠରେ କୋଟିକୋଟି ମଣିଷ ଜନ୍ମ ଗ୍ରହଣ କରୁଥିଲେ ମଧ୍ୟ ସମସ୍ତଙ୍କ ଜୀବନ କାହାଣୀ ଇତିହାସରେ ଲିପିବଦ୍ଧ ହୋଇପାରିନାହିଁ ।କେତେ ଜଣ ଅସାଧାରଣ ବ୍ୟକ୍ତିତ୍ଵ ଆବିର୍ଭାବ ହୋଇଥାନ୍ତି ଯେଉଁମାନେ ନିଜର ନିଷ୍ଠା,ସାଧନା,ସଂକଳ୍ପ ,ଏକାଗ୍ରତା ଦ୍ଵାରା ଏପରି ଆଲୋକିତ କୀର୍ତ୍ତି ଅର୍ଜନ କରିଯାଇଛନ୍ତି ଯାହାଦ୍ଵାରା ମୃତ୍ୟୁ ପରେ ମଧ୍ୟ ସେମାନେ ଗୋଟିଏ ଜାତି ପାଇଁ ଅମୂଲ୍ୟ ସମ୍ପଦ ହୋଇ ଯୁଗ ଯୁଗ କୁ ରହିଥାନ୍ତି ।

ଏହି ପରି ରାଜ୍ୟ ଓ ଦେଶବାସୀଙ୍କ ଚର୍ଚ୍ଚିତ ବିରଳ ବ୍ୟକ୍ତିତ୍ଵ ଜୀବନ ପଥର ବିରଳ ନିସଂଗ ପଥିକ ଓଡ଼ିଶା ପାଠାଗାର ଆନ୍ଦୋଳନର ସ୍ରଷ୍ଟା ପ୍ରବାଦ ପୁରୁଷ ପ୍ରଖ୍ୟାତ ସଂଗ୍ରହକ ପ୍ରସିଦ୍ଧ ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ (୧୯୦୭ -୧୯୯୭) ଦଶ ପଇସାର ରାଜା,ଖୁଣ୍ଟା ତଡ଼ା ରଜା,ଦାସିଆ ଅଜାଙ୍କ ନାମରେ ସମଗ୍ର ଓଡ଼ିଶାରେ ଜନମାନସରେ ସମସ୍ତ ଙ୍କ ପରିଚିତ ଓ ପ୍ରତିଷ୍ଠିତ । ରାଜ୍ୟ ଓ ଦେଶବାସୀଙ୍କ ପାଇଁ ଥିଲେ ଏକ ବିସ୍ମୟ ଓଡ଼ିଆ ଜାତିର ଗର୍ବ।ଦାସିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଚତୁର୍ଥ ଶ୍ରେଣୀ ଥିଲା ତାଙ୍କର ପାଠପଢ଼ା ।

ଦିପ୍ରହରେ ବିଶ୍ରାମ ସମୟରେ ବହି ପଢ଼ିବାଥିଲା ତାଙ୍କର ନିଷ୍ଠା।ଏହି ବହି ପଢ଼ିବା ନିଶାରୁ ଆରମ୍ଭ କଲେ ସେ ଓଡ଼ିଶା ଯାତ୍ରା। ଗାଁ ,ଗଣ୍ଡା, ସହର, ବଜାର ବୁଲିବୁଲି ପାଲଟିଗଲେ ଓଡ଼ିଶାର ସର୍ବ ଶ୍ରେଷ୍ଠ ଜ୍ଞାନର ଭିକାରୀ। ଅଧା ଲଙ୍ଗଳା ବେଶ,ହାତରେ ଗୋଟିଏ ଠେଙ୍ଗା,କାନ୍ଧରେ ଏକ ଝୁଲା ମୁଣୀ ମୁଠାଏ ମୁଢ଼ି,କପେ ନାଲି ଚା ଥିଲା ତାଙ୍କର ଜୀବନ। ଜୀବନ ପ୍ରଣାଳୀ ଥିଲା ସରଳ ଓ ଅତି ସାଧାରଣ ହାତ ପାତି ମାଗିଲେ ସମସ୍ତଙ୍କୁ ପୁସ୍ତକ ,ପତ୍ର ପତ୍ରିକା,ତାଲ ପତ୍ର ପୋଥି ଏବଂ ବିଭିନ୍ନ ପୁରାତନ ସଂଶୃତିର ସନ୍ତକ ଓ ଦାସ ପଇସାର ଭିକ୍ଷା ବୟସ ହାର ମାନିଥିଲା ତାଙ୍କ ପାଖରେ ମାଗିଯାଚି ଜାତି ପାଇଁ ସୃଷ୍ଟି କଲେ ଏକ ମହାନ୍ ସଂସ୍କୃତିକ ପର୍ଯ୍ୟଟନ ସମ୍ଭାର।

ଏକ ନିପଟ ପାହାଡ,ଜଙ୍ଗଲ ମଫସଲ ଗାଁ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ରେ ପ୍ରତିଷ୍ଠା କରି ପାରିଥିଲେ ଏକ ପୃଥିବୀ ପ୍ରସିଦ୍ଧ ପାଠାଗାର , ସଂଗ୍ରାହଳୟ ସହିତ ସଂସଦ ଓ ଗବେଷଣା ଗାର। ଯାହା ଆଜି ସମଗ୍ର ବିଶ୍ୱରେ ବିରଳ ଏବଂ ବିସ୍ମୟ ଅଟେ।ପାଠାଗାର ସଂଗ୍ରହାଳୟରେ ପୃଥିବୀର ବିଭିନ୍ନ ଭାଷାରେ ୧୫୦୦୦୦ ରୁ ଉର୍ଦ୍ଧ ପୁରାତନ ଓ ଆଧୁନିକ ପୁସ୍ତକ,ପତ୍ର ପତ୍ରିକା ସମେତ ଶହଶହ ତାଳପତ୍ର ପୋଥି ଆଦିମ ଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶ ବିଦେଶର ଶହଶହ ବିରଳ ବିଚକ୍ଷଣ ପଦାର୍ଥ ମାନ ରହିଛି।ଯାହାକି ଆଜି ଦାସିଆ ଅଜାଙ୍କ ପ୍ରସିଦ୍ଧ ସାଂସ୍କୃତିକ ସମ୍ଭାର ରାଜ୍ୟ ଓ ଦେଶ ବିଦେଶର ପାଠକ,

ଗବେଷକ, ଦର୍ଶକ,ପର୍ଯ୍ୟଟକ,କବି,ଲେଖକ,ସାହିତ୍ୟିକ ଏବଂ ବୁଦ୍ଧିଜୀବି ମାନଙ୍କ ପାଇଁ ଏକ ଜାତୀୟ ତୀର୍ଥ କ୍ଷେତ୍ରରେ ପରିଣତ ହୋଇଛି।ଦାସିଆ ଅଜାଙ୍କୁ ଏହି ମହାନ୍ କାର୍ଯ୍ୟରେ ସହଯୋଗ କରିଥିଲେ ସହଧର୍ମିଣୀ ପୂର୍ଣ୍ଣମାସି ଦେବୀ।ଦାସିଆ ଅଜାଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୀପକ ଦାସିଆ ଅଜାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ କାର୍ଯ୍ୟରତ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ସେପ୍ଟେମ୍ବର ୧୨ ତାରିଖ ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୂଆଗାଁ ବିଡ଼ିଓ ଡ଼. ଅମୃତ କୁମାର ରାଉଳ,ବ୍ଲକ୍ ଶିକ୍ଷା ଅଧିକାରୀ ଡ ଗିରିଜା ଶଙ୍କର ମହାପାତ୍ର,ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ଯୋଗଦେଇ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ ।

Exit mobile version