ମାନବ ସେବା ହିଁ ମାଧବ ସେବା

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ମାନବ ସେବା ହିଁ ମାଧବ ସେବା ଏବଂ ସେବା ହିଁ ପରମୋ ଧର୍ମ ଶ୍ଲୋଗାନ୍ କୁ ସାର୍ଥକ କରିବା କୁ ଯାଇ , ଆଜି ‘ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟ’ ଏବଂ ‘ରାଇଜ୍ ଏଗେନଷ୍ଟ ହଙ୍ଗର୍’ (ଆନ୍ତର୍ଜାତୀୟ ଏନ୍. ଜି. ଓ.) ସହିତ ମିଶି ସାମାଜିକ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଅଛି ।

ଏହି ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟ ପକ୍ଷରୁ ନେପାଳ ବନ୍ୟା ପୀଡିତଙ୍କ ପାଇଁ ଶୁଖିଲା ଖାଦ୍ୟ ପ୍ୟାକିଂ କରି ନେପାଳ ପଠାଇବାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନେପାଳ ବନ୍ୟା ପିଡିତ ପାଖା ପାଖି ୧୫,୩୦୦ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ପ୍ୟାକିଙ୍ଗ ହୋଇଥିଲା,

RISE against Hungar ମାଧ୍ୟମରେ ନେପାଳ ପଠାଯିବାର ବନ୍ଦୋବସ୍ତ ହୋଇଅଛି । ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟ* ର ସଭାପତି, ସମ୍ପାଦକ, ସହ-ସମ୍ପାଦକ ସହିତ ସମସ୍ତ ସଦସ୍ୟା ସଦସ୍ୟ ଏବଂ  ରାଇଜ୍ ଏଗେନଷ୍ଟ ହଙ୍ଗର୍* ର ପରିଚାଳକ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

 

Exit mobile version