ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

କଟକ  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରିଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ ଉପ-ଅଧୀକ୍ଷକ ଶ୍ରୀ ସିଂ.ଏଚ୍.ତିରୁପତି, ଆଠଗଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଅବକାରୀ ନିରୀକ୍ଷକ ଶ୍ରୀ ଭକ୍ତବତ୍ସଳ ବର୍ମାଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗର ଏକ ଦଳ ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମ ଏବଂ ନିକଟସ୍ଥ କାଜୁ ଜଙ୍ଗଲରେ ମିଳିତ ଚଢ଼ାଉ କରାଯାଇଥିଲା ।

ଏହି ଚଢ଼ାଉରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ, ନରସିଂହପୁର ଅବକାରୀ ବିଭାଗ ଏବଂ କଟକ ସଦର -୩ ଅବକାରୀ ଥାନାର ସମସ୍ତ ଅଧିକାରୀ ସାମିଲ ହୋଇଥିଲେ । ଉକ୍ତ ଚଡାଉରେ ସମୟରେ ସର୍ବମୋଟ ୨ହଜାର ୩୧୦ ଲିଟର ଦେଶୀ ମଦ ଜବତ କରିବା ସହ ୨୬ ହଜାର ୨୧୫ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ୫ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି।

ଏହି ଚଢାଉରେ ଅବକାରୀ ଉପ-ଅଧୀକ୍ଷକ ଆଠଗଡ, ଶ୍ରୀ ତିରୁପତି ଓ ନିରୀକ୍ଷକ ଶ୍ରୀ ବର୍ମାଙ୍କ ସହ ଆଠଗଡ଼ ଅବକାରୀ ଥାନା ସହକାରୀ-ନିରୀକ୍ଷକ ଶ୍ରୀ ତରୁଣ କୁମାର ପାତ୍ର,ଶ୍ରୀ ବାପି ସାହୁ, ଭାରପ୍ରାପ୍ତ ଅବକାରୀ ଅଧିକାରୀ ବାଙ୍କୀ ଅବକାରୀ ଥାନା, ଶ୍ରୀ ରାଜକିଶୋର ନାୟକ, ଭାରପ୍ରାପ୍ତ ଅବକାରୀ ଅଧିକାରୀ ନରସିଂହପୁର ଅବକାରୀ ଥାନା,
ଶ୍ରୀ ଅକ୍ଷୟ କୁମାର ଜେନା, ଭାରପ୍ରାପ୍ତ ଅବକାରୀ ଅଧିକାରୀ କଟକ ସଦର -୩ ଅବକାରୀ ଥାନା ଙ୍କ ସମେତ କଟକ ଜିଲ୍ଲା ର ସମସ୍ତ ଅବକାରୀ ଥାନା ଅଧିକାରୀ ଓ ସମସ୍ତ କର୍ମଚାରୀମାନେ ସାମିଲ ହୋଇଥିଲେ।

Exit mobile version