ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ

ମଗରବନ୍ଧ ବାଲିତଇଲା ପ୍ରାଥମିକ ବିଦ୍ୟାଳୟ ନଗ୍ନ ଦୃଷ୍ଟାନ୍ତ : କଂଗ୍ରେସ

ନୟାଗଡ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପ୍ରାଥମିକ ଶିକ୍ଷା ଅଧିକାର ପାଇଁ ଆଜି ଓଡଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତ ବାଲିସାହୀ ପ୍ରାଥମିକ ବିଦ୍ୟାଳୟ କୁନିକୁନି ଛାତ୍ରଛାତ୍ରୀ ମାନେ ସେମାନଙ୍କର ପିତାମାତାଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆମକୁ ଶିକ୍ଷକ ଦିଅ ଆମେ ପାଠ ପଢ଼ିବୁ ଦାବୀରେ ଧାରଣା ଦେବା ଭଳି ଅଭାବନୀୟ ଘଟଣାକ୍ରମ ଜିଲ୍ଲାବ୍ୟାପି ଶିକ୍ଷାବ୍ୟବସ୍ଥା କୁ ନେଇ ପ୍ରଶ୍ନଚିହ୍ନ ଲଗାଇଥିବା ଜିଲ୍ଲା କଂଗ୍ରେସ ସଭାପତି

ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଚିନ୍ତା ପ୍ରକଟ କରିଛନ୍ତି  l ଆଗକୁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଯେଭଳି ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି l ନିର୍ବାଚିତ ଲୋକପ୍ରତିନିଧିଙ୍କ ଆନ୍ତରିକତା ଅଭାବ,

ଦୁର୍ବଳ ପ୍ରଶାସନ ଏବଂ ଅପାରଗ ବ୍ୟବସ୍ଥା ପାଇଁ ଆଜି ନୟାଗଡ଼ କିଲ୍ଲାରେ ଶିକ୍ଷାବ୍ୟବସ୍ଥା ବୁଡିଯିବାକୁ ବସିଲାଣି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି l ଓଡିଶା ବିଧାନସଭା ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ ଶିକ୍ଷକ ନିଯୁକ୍ତି ନହୋଇପାରିବା ଯୋଗୁଁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ଚିନ୍ତାର ବିଷୟ ବୋଲି କଂଗ୍ରେସ ନେତା ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି l ଏଆଇସିସି ସମ୍ପାଦକ ତଥା ଓଡିଶା ଇନଚାର୍ଜ, ଶ୍ରୀ ଜେଟ୍ଟୀ କୁସୁମ କୁମାର ଜୀ ଙ୍କ ନୟାଗଡ଼ ସ୍ୱଳ୍ପ ରହଣିରେ ଡିସିସି କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ସାଙ୍ଗଠନିକ ଆଲୋଚନା l

Exit mobile version