ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ – ବରଗଡ

ଓଡ଼ିଶା ତାଜା ନ୍ୟୁଜ ( ୩ ଅକ୍ଟୋବର ଶନିବାର ) ବରଗଡ :- ୨.୧୦.୨୦ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘ ର ଏକ ଅନ ଲାଇନ ବୈଠକ ରେ ସଂଘ ର କୋଷ।ଧକ୍ଷ ଶ୍ରୀ କେଦାର ମିଶ୍ର ଙ୍କ ସଂଯୋଜନା ରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ତଥା ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ମହାସଂଘ ର ସଭାପତି ଶ୍ରୀ ଟହଲୁ ସାହୁ ଙ୍କ ସଭାପତିତ୍ୱ ରେ ଆମ ସଂଗଠନ ର ପ୍ରତିଷ୍ଠାତା ପରାମର୍ଶ ଦାତା ତଥା ପଶ୍ଚିମ ଓଡିଶାର ସମସ୍ତଙ୍କ ପ୍ରିୟ ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦ ଙ୍କ ଉଦେଶ୍ୟ ରେ ଶୋକ ପ୍ରସ୍ତାବ ଆଗତ କରି ତାଙ୍କର ଅମର ଆତ୍ମା ର ସତଗତି ନିମେନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ଶ୍ରୀ ପ୍ରହଲ୍ଲାଦ ମହାପାତ୍ର ଙ୍କ ସ୍ୱାଗତ ଅଭିଭାଷଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘ ର ଉପଦେଷ୍ଟା ପ୍ରଫେସର ଗୋପବନ୍ଧୁ ବେହେରା ମୁଖ୍ୟ ବକ୍ତା ତାଙ୍କ ଅଭିଭାଷଣ ରେ ପଶ୍ଚିମ ଓଡ଼ିଶ। ପ୍ରତି ହେଉଥିବା ବୈମାତୃକ ମନୋଭାବ ହି ଆମ ଅଂଚଳ ର ବିକାଶ ପାଇଁ କଣ୍ଟା ସାଜିଛି ସେଥିପାଇଁ ଆମେ ସଚେତନ ହୋଇ ହେଲେ ଏହି ମହାସଂଘ ଆମକୁ ସଠିକ ରାସ୍ତା ଦେଖେଇବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି Help Age ଓଡିଶା ମୁଖ୍ୟ ସୁଶ୍ରୀ ଭାରତୀ ଚକ୍ର ବରିଷ୍ଠ ଦିବସ ର ତାତପର୍ଯ୍ୟ ଉପରେ ସୁନ୍ଦର ବର୍ଣନା କରି ଅଗାମି ଦିନରେ ସମାଜ ସଂସ୍କାର ରେ ବରିଷ୍ଠ ଙ୍କ ଭୂମିକା ରହିଛି ତଥା ସମାଜରେ ଅବହେଳିତ ଵରିଷ୍ଟ

ଙ୍କ କଥା କୁ ସରକାର ଙ୍କ ପାଖରେ ପହଞ୍ଚାଇ ସେମାନଙ୍କୁ ଉପଯୁକ୍ତ ସମ୍ମାନ ସହିତ ଅବଶିଷ୍ଠ ସମୟ ବିତାଇବାର ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପୂର୍ବକ ଆଜିର ଡିଜିଟାଲ ଯୁଗରେ ବରିଷ୍ଠ ମାନଙ୍କର ଅନ୍ ଲାଇନ ମାଧ୍ୟମରେ ଆଜିର ଯୋଗଦାନ ର ଭୁୟସି ପ୍ରସଂଶା କରିଥିଲେ । ବିଭିନ୍ନ ଜିଲ୍ଲା ର ବରିଷ୍ଠ ସଂଘ ସଦସ୍ୟ ତଥା ମହାସଂଘ ର ଜୋନାଲ ସମ୍ପାଦକ ଏବଂ ଅନ୍ୟ କାର୍ଯ୍ୟକାରୀ ସଦଶ୍ୟ ମାନେ ଯୋଗଦାନ ପୂର୍ବକ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଉପଦେଷ୍ଟା ଶ୍ରୀ ବିକ୍ରମାଦିତ୍ୟ ବହିଦ।ର ବଲାଙ୍ଗୀର ଓ ସଂଗଠନ ସମ୍ପାଦକ ଶ୍ରୀ ଅମୁଲ୍ୟ ପତି ନିଜ ନିଜର ମତ ବିନିମୟ କରି ସଙ୍ଗଠନକୁ ସୁଦୃଢ କରବାକୁ ଅନୁରୋଧ କରିଥିଲେ । ଜୋନାଲ ସମ୍ପାଦକ ଭଗବାନ ମିଶ୍ର,ନାରାୟଣ ନାୟକ,ତଥା ମହାସଂଘ ର ସକ୍ରିୟ ପଦାଧିକାରୀ ବସନ୍ତ ଆଚାର୍ଯ୍ୟ,ନନ୍ଦକିଶୋର ମହାକୁଡ଼,ବାସୁଦେବ ସର।ଫ,ମେଘନାଦ ମିଶ୍ର,ଅମରେନ୍ଦ୍ର ନାରାୟଣ ଯାଦବ ,ଭାରତ ଦାଶ, ତୁଳସୀ ଦାଶ,ଚତୃଭୂଜ ପ୍ରଧାନ ,ବିରେନ୍ଦ୍ର କୁମାର ମିଶ୍ର ,ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ୟତମ ଜୋନାଲ ସମ୍ପାଦକ ନୂଆପଡା ଓ କଲ।ହାଣ୍ଡି ର ଶ୍ରୀ ବିଭୁତି ଭୂଷଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଶାନ୍ତି ପାଠ ପୂର୍ବକ ସଭା ସାଙ୍ଗ ହୋଇ ଥିଲା । (ସତ୍ୟ ନାରାୟଣ ପ୍ରଧାନ ,ବରଗଡ଼ )

Exit mobile version