ବରଗଡ଼ ରେ ଚୋରା ନିଶା କାରବାର ; ୫ ଗିରଫ ; କଫ ସିରଫ ଓ ନିଶା ବଟିକା ଦୁଇଟି ଗାଡ଼ି ଜବତ

ଓଡ଼ିଶା ତାଜା ନ୍ୟୁଜ (୩ ଅକ୍ଟୋବର ଶନିବାର) ବରଗଡ :- ଗତ କିଛି ମାସ ହେବ ବରଗଡ଼ ସହର ଓ ଆଖପାଖ ଅଂଚଳରେ କଫ ସିରଫ ଓ ନିଶା ବଟିକା ଚୋରା ଚାଲାଣ କାରବାରରେ ବୃଦ୍ଧି ପାଇଥିଲା । ଫଳରେ ଯୁବ ସମାଜ ପଥ ଭ୍ରଷ୍ଟ ହୋଇ ଅସାମାଜିକ କାର୍ଯ୍ୟକଳାପକୁ ବୃଦ୍ଧି ପାଉଥିବା ଯୋଗୁଁ ସାଧାରଣ ରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାକୁ ରୋକିବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟ ପଦ୍ମିନୀ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ପୋଲିସ ଆଇଆଇସି ସଦାନନ୍ଦ ପୂଜାହାରୀ ଙ୍କ ନେତୃତ୍ବରେ ପୋଲିସ ଦଳ ବ୍ୟାପକ ଚଢାଉ କରି ଆଜି ଦୁଇ ଟି ଗାଡ଼ି ଟାଟା ଟିଆଗୋ,ଓ

ବୋଲେରୋ ଏହି କଫ ସିରଫ ଚୋରା ଚାଲାଣ କରାଯାଉଥିବା ବେଳେ ଧରିଥିଲେ । ସେଥିମଧ୍ୟରୁ ୧୧୭୦ ବୋତଲ କଫ ସିରଫ,ନିଶା ବଟିକା ସହ ଗାଡ଼ି ଦୁଇଟିକୁ ମଧ୍ୟ ପୋଲିସ ଜବତ୍ କରିଥିଲେ । ଏଥିରେ ସ°ପୃକ୍ତ ୫ ଜଣକୁ ଗିରଫ କରିଥିବା ଟାଉନ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ହୋଇଥିବା ଚୋରା ଚାଲାଣକାରି ବଲାଙ୍ଗୀର ର ସନ୍ତୋଷ କୁମାର ମେହେର, ଶ୍ରୀକାନ୍ତ ନାୟକ, ବରଗଡ଼ ୧୧ ନମର୍ ଓ୍ବ।ର୍ଡ ର ମହମ୍ମଦ ନିଶାଦ, ନୈ।ସାଦ ଖାଁ,, ସରୋଜ ଭୁଜ । (ସତ୍ୟ ନାରାୟଣ ପ୍ରଧାନ , ବରଗଡ଼ )

Exit mobile version