ଲୋକପ୍ରିୟ ଜନନେତାଙ୍କ ସ୍ମୃତିଚାରଣ ସଭା ଅରୁଣ ଥିଲେ ପ୍ରେରଣାର ଉତ୍ସ ଓ ପ୍ରଗତିର ସାରଥୀ

ଖଣ୍ଡପଡ଼ା  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ଦିବଂଗତ ଲୋକପ୍ରିୟ ଜନନେତା ଅରୁଣ ପଟ୍ଟନାୟକଙ୍କ ୩୦ ତମ ଶ୍ରାଦ୍ଧବାର୍ଷିକ ପାଳନ ଅବସରରେ ଏକ ସ୍ମୃତିଚାରଣ ସଭା ଖଣ୍ଡପଡ଼ା ସହରସ୍ଥିତ ଅରୁଣ ନିବାସ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜାଗ୍ରତ ଖଣ୍ଡପଡ଼ା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସ୍ମୃତିଚାରଣ ସଭାରେ ଅରୁଣ ପଟ୍ଟନାୟକ ସ୍ମୃତି ପରିଷଦର ସଭାପତି ବସନ୍ତ କୁମାର ନାୟକ ପୌରୋହିତ୍ୟ କରିଥିଲେ ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ,ପୂର୍ବତନ ରାଜ୍ଯ ସଭା ସାଂସଦ ରବି ନାରାୟଣ ମହାପାତ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ,କଟକ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଭିକାରୀ ଚରଣ ସାହୁ, ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଦିବଂଗତ ଜନନେତା ଅରୁଣଙ୍କ ସ୍ମୃତିଚାରଣ କରିବା ସହ ଅରୁଣ ଥିଲେ ପ୍ରେରଣାର ଉତ୍ସ ଓ ପ୍ରଗତିର ସାରଥୀ ବୋଲି ମତ ଦେଇଥିଲେ ।

ଖଣ୍ଡପଡ଼ାବାସୀଙ୍କ ହୃଦୟକୁ ଜିଣି ପାରିଥିବା ଅରୁଣ ଏବେ ବି ଜନମାନସରେ ସ୍ମୃତି ହୋଇ ରହିଛନ୍ତି ଓ ଭବିଷ୍ୟତରେ ବି ରହିବେ ବୋଲି ସ୍ମୃତିଚାରଣ ସଭାରେ ମତ ପ୍ରକାଶ ପାଇଥିଲା । ଖଣ୍ଡପଡ଼ା ଓ ଭାପୁର ବ୍ଲକ ଅଞ୍ଚଳରୁ ଏକ ହଜାରରୁ ଉର୍ଦ୍ଧ୍ବ ଅରୁଣ ପ୍ରେମୀ ଜନତାଙ୍କ ସମେତ

ବିଭିନ୍ନ ରାଜନୈତିକ ଦଳର ବ୍ଯକ୍ତିବିଶେଷ ସ୍ମୃତିଚାରଣ ସଭାରେ ଉପସ୍ଥିତ ରହି ଦିବଂଗତ ଜନନେତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ସ୍ବର୍ଗତ ପଟ୍ଟନାୟକଙ୍କ ପୁତ୍ର ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । 

Exit mobile version