ଓଡ଼ିଶା ତାଜା ନ୍ୟୁଜ (୩ ଅକ୍ଟୋବର ଶନିବାର) ଢେଙ୍କାନାଳ :- ଆଜି ଜିଲ୍ଲାରେ ୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୩ ଜଣ ମୃତ୍ୟୁବରଣ କରିଛନ୍ତିି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୧୨ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୧୦ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି । ଆଜି ଢେଙ୍କାନାଳ ପୌରାଞ୍ଚଳର ୧୨ ଜଣଙ୍କ ମଧ୍ୟରୁ ଦକ୍ଷିଣକାଳୀରୁ ୨,ସିମିଳିଆ,ବାଜିଚୌକ୍, ଷ୍ଟେସନ ବଜାର, ମୀନା ବଜାର, ଲକ୍ଷ୍ମୀ ବଜାର,ଗୁଡିଆନାଳି,କାଲଟାକ୍ସ୍, କାରିଗର ସାହି, ଚନ୍ଦନ ବଜାର ଓ ଦେଉଳସାହିରୁ ଜଣେ ଲେଖାଏଁ, ଓଡ଼ାପଡ଼ା ବ୍ଲକର ଇନ୍ଦିପୁର,ଶିବପୁର ଓ ବଳରାମ ପୁରରୁ ଜଣେ ଲେଖାଏଁ, ସଦର ବ୍ଲକର ୯ ଜଣଙ୍କ ମଧ୍ୟରୁ ବାରଦାରୁ ୨, ଗୋବିନ୍ଦପୁର ,ଅଉଖୁମା , ଶୁଆଖାଇ କାଟେଣି , ନଡିଆଳି , କାଇମାଟି , ଭାପୁର ଓ ଧିର ପାଟଣାରୁ ଜଣେ ଲେଖାଏଁ ଏବଂ ହିନ୍ଦୋଳ ବ୍ଲକର ଆମିତିରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ଗନ୍ଦିଆ ବ୍ଲକର ୬ ଜଣଙ୍କ ମଧ୍ୟରୁ ଯୋରନ୍ଦାରୁ ୨ , ରତନପୁର , ବିଧାରପୁର , କାଲୁଣିଗୋଡା ଓ ବାଣିପଦାରୁ ଜଣେ ଲେଖାଏଁ , କଙ୍କଡ଼ାହାଡ଼ ବ୍ଲକର
ବିରିବୋଲେଇ ଓ ଜାଙ୍ଗୁରୁ ଜଣେ ଲେଖାଏଁ,ପରଜଙ୍ଗ ବ୍ଲକର ପିତିରି ଓ ପରଜଙ୍ଗ ରୁ ୨ ଲେଖାଏଁ ଓ ରୋଡାରୁ ଜଣେ, ଭୁବନ ଏନ୍ ଏ ସି ରୁ ୩ ଏବଂ କାମାକ୍ଷାନଗର ଏନ୍ ଏ ସି ରୁ ୯ ଜଣ ଚିହ୍ନଟ ଥିବା ବେଳେ ବ୍ଲକର ଗୁଣ୍ଡିଚାନାଳୀ ଗ୍ରାମରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଆଉ ୩ ଜଣ କରୋନା ରୋଗରେ ମୃତ୍ୟୁବରଣ କରିଛନ୍ତିି । ଓଡ଼ାପଡ଼ାର ୬୧ ବର୍ଷୀୟ ଜଣେ ବ୍ୟକ୍ତି ଓ ଏକ ଘରିଆର ୬୫ ବର୍ଷୀୟ ଜଣେ ବ୍ୟକ୍ତି କଟକ ଏସ୍ ସି ବି ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ଏବଂ ପୌରାଞ୍ଚଳର ଗଣେଶ ବଜାର ଅଞ୍ଚଳର ଜଣେ ୩୬ ବର୍ଷୀୟ ଯୁବକ ଭୁବନେଶ୍ବର ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମୃତ୍ୟୁକୁ ଷ୍ଟେଟ୍ ଡେଥ୍ ଅଡିଟ୍ ଟିମ୍ କରୋନା ଜନିତ ମୃତ୍ୟୁ ଭାବେ ଘୋଷଣା କରିଛନ୍ତି । ଜିଲ୍ଲାରେ ଆଜି ଆଉ ୩୩ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୩୮୯୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୩୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭୯ ଜଣ ଚିକିତ୍ସାଧୀନ ଥିବାବେଳେ ୯ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )
