Home ଓଡ଼ିଶା କମିଶନରେଟ ପୋଲିସ ପକ୍ଷରୁ ଗଣେଶ ପୂଜା ଲାଗି ପ୍ରସ୍ତୁତି ବୈଠକ : ଡିଜେ ମୂକ୍ତ ରୋଷଣୀ ନିଶା ମୁକ୍ତ ଭସାଣୀ ହେବେ by Proprietor Abhimanyu Maharana 2 hours ago Share on FacebookShare on TwitterWhatsapp କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଣେଷ ପୂଜା ପାଇଁ ପ୍ରସ୍ତୁତି ବୈଠକ ‘ ଡିଜେ ମୂକ୍ତ ରୋଷଣୀ ନିଶା ମୁକ୍ତ ଭସାଣୀ:(କଟକ) ଗଣେଶ ପୂଜା ଓ ଭସାଣି କିପରି ଶାନ୍ତି ଶୃଙ୍ଗଳାର ସହ ଶେଷ କରାଯିବ ସେଥି ନିମନ୍ତେ କମିସନରେଟ ପୋଲିସ କଟକ ସଦର ଥାନା ପକ୍ଷରୁ ପ୍ରସ୍ତୁତି ବୈଠକ ପ୍ରତାପ ନଗରୀ ସ୍ଥିତ ମା “ଧାକୁଲେଇ”ଙ୍କ ପୀଠସୁଳୀରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷରେ କଟକ ସଦର ଥାନା ଭାରାପ୍ରାପ୍ତ ଅଧୂକାରୀ ତୁଷାର କାନୁ ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତିଥୁ ରୂପେ ଆଡ଼ିସନାଲ ଡ଼ିସିପି ରଣଜିତ ପୃଷ୍ଟି, କଟକ ଜୋନ୍-୪ ଏସିପି ଅମିତାଭ ମହାପାତ୍ର ଯୋଗ ଦେଇ ନିଜର ଅଭିଭାଷଣରେ ଡିଜେ ମୁକୁ ଭସାଣି ନିଶାମୁକ୍ତ ରୋଷଣୀ ସାଙ୍ଗକୁ ସରକାରଙ୍କ ନିର୍ଦେଶ ମାନିବା ପାଇଁ ଆହ୍ୱାନ ଦେଇଥିଲେ । ଭସାଣି ସମୟରେ ପୂଜା ମଣ୍ଡପ ଗୁଡିକ ଛଅ ଗୋଟି ସାଉଣ୍ଡ ବକ୍ସ ବ୍ୟବହାର କରିପାରିବେ । ଯେଉଁ ପୂଜା କମିଟି ନିୟମ ମାନି ଶୃଙ୍ଗଳିତ ଭାବେ ଭସାଣି କରିବେ ସେମାନଙ୍କୁ ଚିହ୍ନଟ କରାଯାଇ ପ୍ରଥମ ଦ୍ବିତୀୟ, ତୃତୀୟଙ୍କୁ ଥାନା ପକ୍ଷରୁ ପୁରସ୍କୃତ କରାଯିବା ନେଇ ଏସିପି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ନୂଆଗଡ଼ ଗ୍ରାମ୍ୟ କମିଟି ସଭାପତି ବିକ୍ରମ ଶତପଥୂ ସଭାକାର୍ଯ୍ୟ ସଂଚାଳନ କରିଥିଲେ । ଶାନ୍ତି କମିଟିର ସଭାପତି ନିମାଇଁ ଚରଣ ଲେଙ୍କା, ଶାନ୍ତି କମିଟିର କାର୍ଯ୍ୟକାରୀ ସଭାପତି ସ୍ବାଧୀନ ଚେତା ମହାନ୍ତି, ଶାନ୍ତି କମିଟିର ସମ୍ପାଦକ ସୁରେନ୍ଦ୍ର ମହାପାତ୍ର, ଧାକୁଲାଇ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରମୋଦ କୁମାର ସ୍ବାଇଁ, ଧାକୁଲାଇ ଗ୍ରାମ୍ୟ ଉନ୍ନୟନ କମିଟିର ସହ ସମ୍ପାଦକ ବାଦଲ କୁମାର ଜେନା, ୫୭ନଂ ୱାର୍ଡର କର୍ପୋରେଟର ପୂର୍ଣ୍ଣିମା ସ୍ବାଇଁ,୫୬ନଂ ୱାର୍ଡର କର୍ପୋରେଟର ଲିପସା ନାୟକ,ଗୋପାଳପୁର ବିଜେପି ମଣ୍ଡଳ ସଭାପତି ନିହାର ପଣ୍ଡା, ବରିଷ୍ଠ ସାମ୍ବାଦିକ ଲଳିତ କୁମାର ଦାଶଙ୍କ ସମେତ କଟକ ସଦର ଥାନା ଅଧୀନରେ ଥିବା ସମସ୍ତ ଗଣେଶ ପୂଜା କମିଟିର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ସହ କମିଟିର ସମସ୍ତ ସଭ୍ୟ,ବୁଦ୍ଧିଜୀବି, ବରିଷ୍ଠ ସଦସ୍ୟ, ଅଞ୍ଚଳ ଜନସାଧାରଣ ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ। ସଦର ଥାନା ଭାରପ୍ରାପ୍ତ ଅଧିକାରୀ ତୁଷାରକାନ୍ତ ସେଠୀ ନିଜର ଅଭିଭାଷଣରେ ପୂଜା କରିବା ସମୟରେ ପୂଜା କମିଟି ଥାନାରୁ ଅନୁମତି ଆଣିବେ । ବିନା ଅନୁମତିରେ ପୂଜା କରୁଥିବା ପୂଜା ମଣ୍ଡପରେ କୌଣସି ବିଶୃଙ୍ଖଳା ଘଟିଲେ ପୋଲିସ ପୂଜା କମିଟି ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ବାଧ୍ୟ ହେବେ । ଅଗ୍ନି ନିରାପତ୍ତା,ସହ ଭସାଣୀ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ସହଯୋଗ କରାଯିବା ନେଇ ପ୍ରତିଶୃତି ଦିଆଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୨୦,୨୭ଅକ୍ଟୋସ୍ବର ୪ ତାରିଖ ରବିବାର ଦିନ ମାନଙ୍କରେ ଭସାଣି ଶୋଭାଯାତ୍ରାରେ ଗଣେଶ ମୂର୍ତ୍ତୀ ବିସର୍ଜନ କରାଯିବ । ସଭାରେ ଉପସ୍ଥିତ ଥିବା ବକ୍ତାମାନେ ନିଜର ଭାଷଣରେ ପୂଜା କିପରି ଶାନ୍ତିଶୃଙ୍ଖଳା ସହ ଶେଷ ହେବା ନେଇ ଆଲୋକପାତ କରିଥିଲେ । ଅତିରିକୁ ଥାନା ଅଧିକାରୀ, ପ୍ରଶାନ୍ତ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।କମିସନରେଟ ପୋଲିସ କଟକ ସଦର ଥାନାର ସମସ୍ତ ଅଧୂକାରୀ ଓ କର୍ମଚାରି ଏଥିରେ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ହୋମ୍ Related Content ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ : ଶିକ୍ଷଣ ସୋପାନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିକ୍ଷକ-ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ by Proprietor Abhimanyu Maharana September 12, 2026 ଶ୍ରୀଜଗନ୍ନାଥଙ୍କ ସଂସ୍କୃତି କୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଲେ ବୁଦ୍ଧିଜୀବୀ ଓ ସନ୍ଥ ମହନ୍ତ by Proprietor Abhimanyu Maharana September 12, 2026 ଆଚାର୍ଯ୍ୟ ବିନୋବା ଭାବେ ଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana September 12, 2026 ଖାଦ୍ୟ ସୁରକ୍ଷା ଯାଞ୍ଚ ,୧୨ ହଜାର ଫାଇନ by Proprietor Abhimanyu Maharana September 12, 2026 ସଂପର୍କ ପକ୍ଷରୁ ବୃକ୍ଷ ସମ୍ପର୍କ - ୧୦୦୦ ମହା ବୃକ୍ଷରୋପଣ ଅଭିଯାନ by Proprietor Abhimanyu Maharana September 12, 2026 ଦାସିଆ ଅଜାଙ୍କ ୨୯ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana September 12, 2026