ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ

ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ ଶୁକ୍ରବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସମିତିର ଅଧ୍ୟକ୍ଷା ମମତା ପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ, ଏମପି ବିଭୁ ପ୍ରାସାଦ ତରାଇ, ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବିଡ଼ିଓ ଆୟୁଷି ପତି, ଏବିଡ଼ିଓ ଲୋପାମୁଦ୍ରା ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ରାୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

ବୈଠକରେ କେବଳ ବିପିଡିପି ଵା ବ୍ଲକ ପଞ୍ଚାୟତ ଡେଭେଲପମେଣ୍ଟ ପ୍ଲାନ ଉପରେ ଏଜେଣ୍ଡା ରହିଥିଲା l ପରେ 16 ତମ କେନ୍ଦ୍ରୀୟ ଅନୁଦାନ ଓ ଷଷ୍ଠ ରାଜ୍ୟ ଅନୁଦାନ ମଧ୍ୟରୁ 50 ପ୍ରତିଶତ ଖୋଲା ପାଣ୍ଠି ଅନୁଦାନକୁ ସମସ୍ତ ପଂଚାୟତକୁ ସମାନ ଭାବରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବାପାଇଁ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ମାନେ ମତାମତ ଦେଇଥିଲେ l

ଅବଶିଷ୍ଟ 50 ପ୍ରତିଶତ ଆବଦ୍ଧ ପାଣ୍ଠିକୁ ପଞ୍ଚାୟତ ସମିତି ପାନୀୟ ଜଳ ଓ ପରିମଳ ନିମନ୍ତେ ପ୍ରକଳ୍ପ ଦେଇଥିଲେ l ସବୁ ପଞ୍ଚାୟତ ରେ ଥିବା ଷ୍ଟ୍ରିଟ ଲାଇଟ ଗୁଡିକ ମଧ୍ୟରୁ ବହୁତ ଅଚଳ ଅବସ୍ଥାରେ ରହିଛି ଏହାର ମରାମତି ଓ ରକ୍ଷଣା ବେକ୍ଷଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ବଡଖଣ୍ଡେଇତା ସମିତି ସଭ୍ୟ ରଞ୍ଜନ କୁମାର ବେହେରା ମତାମତ ରଖିଥିଲେ l ଶେଷରେ ଏବିଡ଼ିଓ ଲୋପାମୁଦ୍ରା ନାୟକ ଧନ୍ୟବାଦ ଦେଇଥିଲେ l

Exit mobile version