ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ

ନୂଆଗାଁ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ନୂଆଗାଁ ରେ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ବ୍ଲକ୍ ସ୍ତରୀୟ ଉଲ୍ଲାସ ଓ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଶିକ୍ଷା ଅଧିକାରୀ ଡ ଗିରିଜା ଶଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ,ରଘୁନାଥ ମଲ୍ଲିକ ,

ସି ଆର ସି ସି ବିଭୂତି ଭୂଷଣ ମିଶ୍ର , ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ସମେତ ବିଦ୍ୟାଳୟ ଗୁଡ଼ିକର ପ୍ରଧାନଶିକ୍ଷକ,ସମସ୍ତ ସି ଆର ସି ସି ଉପସ୍ଥିତ ଥିଲେ। ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ବିସ୍ତୃତ ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଡ ଗିରିଜା ଶଙ୍କର ମହାପାତ୍ର ବର୍ଣ୍ଣନା କରିଥଲେ ।

ନିରକ୍ଷରତା କିପରି ଜୀବନର ସୁଯୋଗକୁ ସୀମିତ କରେ ଏବଂ ସାକ୍ଷରତା କିପରି ଆତ୍ମ ବିଶ୍ୱାସ ଓ ସମ୍ମାନ ର ଦ୍ଵାର ଖୋଲିଦିଏ,ଏହା ହେଉଛି ଉଲ୍ଲାସ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ରେ ଗୁଣାତ୍ମକ ଶିକ୍ଷାଦାନ ଓ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଉଲ୍ଲାସ କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ୍ ଜିଲ୍ଲା ରେ ଏକ ନଂ ସ୍ଥାନ ହାସଲ କରିଛି ।

Exit mobile version