ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ଅପରାହ୍ନ ଘ. ୨. ୩୦ ମି. ସମୟରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ପୌରହିତ୍ୟରେ ମାନ୍ୟବର ସାଂସଦ ପୁରୀ, ଡା. ସମ୍ବିତ୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୀର୍ଥଯାତ୍ରୀ ବସକୁ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ l

ଏହି ଯୋଜନାରେ ଜିଲ୍ଲାର ସମୁଦାୟ ୧୧୯ ଜଣ ତୀର୍ଥ ଯାତ୍ରୀ ଯାତ୍ରା କରିଛନ୍ତି l ସାଂସଦ ସମସ୍ତ ତୀର୍ଥଯାତ୍ରୀଙ୍କୁ ଅଯୋଧ୍ୟା ଓ ବାରାଣସୀ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ରାମ ନାମ ଆଉ ଶିବ ନାମକୁ ତୀର୍ଥଯାତ୍ରୀମାନଙ୍କ ସହିତ ଗାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଯାତ୍ରୀ ମାନେ କିଭଳି ଭାବେ ସୁରୁଖୁରୁରେ ଯିବା ଆସିବା କରିବେ ତା ଉପରେ ଆଲୋଚନା କରିଥିଲେ ।

ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଅଧ୍ୟକ୍ଷ ଜିଲ୍ଲାପରିଷଦ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ପର୍ଯ୍ୟଟନ ବିଭାଗର ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଂଶସା କରିଥିଲେ ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟାନନ୍ଦ ନାୟକ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ ।

Exit mobile version