ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷା ଅଜନ୍ତା ଷଡଙ୍ଗୀ ଙ୍କ ନିର୍ଦ୍ଦେଶରେ ସଚୀବ ଅଞ୍ଜଳି ମଛଖଣ୍ଡ ଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ୧୨ ତାରିଖ ରେ ଜିଲ୍ଲା ର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ହେବା ପାଇଁ ସ୍ଥିର କରାଯାଇଛି l ଏଥି ପାଇଁ ପ୍ରଚାର ପ୍ରସାର ଜୋର୍ ଦାର ଚାଲିଛି l ପ୍ରଥମ ଦିବସ ରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା , ସୂର୍ଯ୍ୟ ପ୍ରକାଶ ପଣ୍ଡା, ତପୋଇ ସେଠୀ, ପ୍ରଣତି ପରିଡ଼ା,

ସନ୍ଧ୍ୟା ରାଣୀ ବେହେରା, ମିକି ରାଉତ ଏବଂ ଆଇନ୍ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଦ୍ଵିତୀୟ ଦିବସ ରେ, ଲିପ୍ସା ଦାସ, ମମତା ବେହେରା, ମାନସ ରଞ୍ଜନ ବଳବନ୍ତ ରାୟ, ସୁନୀତା ବାରିକ, ଆୟୁ ସ୍ମlନ୍ ଚୌଧୁରୀ, ଇପ୍ସିତା ଦେବଦର୍ଶିନି, ପ୍ରମୋଦ କୁମାର ମହାନ୍ତି, ପ୍ରକାଶ ଦଳେଇ, ରମେଶ ବେହେରା, ରୋନିତ୍ ଦଳେଇ ପ୍ରମୁଖ ନୟାଗଡ଼ ଜିଲ୍ଲା ର ମୁଖ୍ୟ ଏବଂ ଜନ ଗହଳି ସ୍ଥାନରେ ହୋର୍ଡିଂ ଲଗାଇବା ସହିତ ଜିଲ୍ଲା ସଦର ମହକୁମା ରେ ପଦଯାତ୍ରା କରି ଜନ ସାଧାରଣ ଙ୍କୁ ପ୍ରଚାର ପତ୍ର ବଣ୍ଟନ ଏବଂ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର ଜୋରଦାର ଚଳାଇ ଛନ୍ତି l

ଏହି ଲୋକ ଅଦାଲତ ରେ ପ୍ରାୟ ସମସ୍ତ ପ୍ରକାର ବିଚାର ଧିନ ମାମଲା ଯଥl ଦେୱାନି ଓ ଫୌଜ ଦାରି (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ, ବ୍ୟାଙ୍କ ରୁଣ, ବିଦୂତ ଓ ଜଳ ଯୋଗାଣ, ପାରିବାରିକ ବୈବାହିକ ମାମଲା, ଜମି ଅଧିଗ୍ରହଣ, ଶ୍ରମ ବିବାଦ ଚେକ୍ ବାଉଁଶ ମାମଲା ଇତ୍ୟାଦିର ଆପୋଷ ସହମତି ଭିତ୍ତିରେ ସମାଧାନ କରାଯାଇ ପାରିବ l କେବଳ ବିଚାର ଧୀନ ମାମଲା ନୁହେଁ,

କୌଣସି କୋର୍ଟ କଚେରୀରେ ମାମଲା ନଥାଇ ପ୍ରାକ୍ – ମୋକଦ୍ଦମା ସ୍ତରୀୟ (କଚେରୀ ରେ ମୋକଦ୍ଦମା ଦାୟର ହୋଇନଥିବା) ସମସ୍ତ ବିବାଦ ର ମଧ୍ୟ ଆପୋଷ ସମାଧାନ କରାଯାଇ ପାରିବ ବୋଲି ଜନ ସାଧାରଣ ଙ୍କୁ ଜଣାଇ ଥିଲେ l ବିବାଦ ର ସମାଧାନ ପାଇଁ ଜନ ସାଧାରଣ ଙ୍କୁ କୌଣସି ଖର୍ଚ୍ଚ ପଡ଼େ ନାହିଁ ଏବଂ ଏହି ଲୋକ ଅଦାଲତ ର ରାୟ ବୈଧ, ଚୁଡାନ୍ତ ଏବଂ ଅମଳ ଯୋଗ୍ୟ ବୋଲି କୁହାଯାଉଛି l ଅଧିକ ଜାଣିବା ପାଇଁ ନିକଟସ୍ଥ କାର୍ଯ୍ୟରତ ବିଚାର ବିଭାଗୀୟ ଅଦାଲତ ପରିସର ରେ ଥିବା ଆଇନ୍ ସେବା କାର୍ଯ୍ୟାଳୟ ଏବଂ ଜାତୀୟ ଆଇନ୍ ସେବା ପ୍ରାଧିକରଣ ର ହେଲ୍ପ ଲାଇନ ୧୫୧୦୦ ସହ ଯୋଗା ଯୋଗ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରାଯାଇଛି l

Exit mobile version