ନୟାଗଡ଼ ସହରରେ ପଲିଥିନ୍ ଓ ପ୍ଲାଷ୍ଟିକ ଜିନିଷ ଉପରେ ଜୋରଦାର ଚଢାଉ, ଦୋକାନୀ ଛାନିଆ 

ନୟାଗଡ଼  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ନୟାଗଡ଼ ମ୍ୟୁନିସିପାଲ୍ଟି ତରଫରୁ ନୟାଗଡ଼ ସହରର ବିଭିନ୍ନ ଦୋକାନ ଉପରେ ଆଜି ଜୋରଦାର ଚଢଉ କରାଯାଇ ପ୍ଲାଷ୍ଟିକ ଜିନିଷ ଓ ପଲିଥିନ ଜବତ ହେବା ସହିତ ୧୩,୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ନୟାଗଡ଼ ସହରରେ ଏପରି ଚଢଉ ଦେଖି ଦୋକାନୀମାନେ ଛାନିଆ ହୋଇପଡିଛନ୍ତି । ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀକରଣ ଦଳର ୧୦ ଜଣିଆ ଟିମ ଚଢଉରେ ସାମିଲ ହୋଇଛନ୍ତି ।

ସନ୍ଧ୍ୟାସୁଦ୍ଧା ୧୯ କେ.ଜି. ପଲିଥିନ୍ ଓ କିଛି ପ୍ଲାଷ୍ଟିକ ସାମଗ୍ରୀ ଜବତ ହେବା ସହିତ ଜରିମାନା ଆଦାୟ ହୋଇଛି । ଖଣ୍ଡପଡା ରାସ୍ତା, ପି.ଟି.ଏସ୍. ଛକ ସହିତ ପ୍ରାୟ ୩୭ ଟି ଦୋକାନ ଉପରେ ଚଢଉ କରାଯାଇଛି । ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଚଢଉ ଟିମରେ କର୍ମଚାରୀ ନାରାୟଣ ନାୟକ, ଅଜିତ କୁମାର ମଲ୍ଲିକ,

ହଜରତ ଅଲ୍ଲି ଖଁ।, କୁମର ଚନ୍ଦ୍ର ମିଶ୍ର, ବିଭୁତି ଭୂଷଣ ସାହୁ ଓ ପରିମଳ ସଂସ୍ଥାର କର୍ମଚାରୀମାନେ ସାମିଲ ଥିଲେ । ବର୍ତ୍ତମାନ ଅଧିକାଂଶ ଦୋକାନରେ ପଲିଥିନର ବହୁଳ ବ୍ୟବହାର ଯୋଗୁଁ ଏହା ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି । ପଲିଥିନ ବ୍ୟବହାର ଯୋଗୁଁ ପରିବେଶ ଦୂଷିତ ସହିତ ବିଭିନ୍ନ ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଥିବାରୁ ଏପରି ଚଢାଉ କରାଯାଉଛି ।

Exit mobile version