ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ

କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କଟକ ସଦର ବ୍ଳକ ଅନ୍ତର୍ଗତ ବୟାଳିଶ ମୌଜା ବୁଦ୍ଧିଜୀବୀ ନାଗରିକ ମଞ୍ଚ ଆନୁକୁଲ୍ୟରେ, କଟକର ମାନ୍ୟବର ସାଂସଦ, ସାଂସଦ ରତ୍ନ ଡଃ ଭର୍ତ୍ତୁହରି ମହତାବଙ୍କ ୭୦ ତମ ଜନ୍ମ ଦିବସକୁ, ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳନ କରାଯାଇଥିଲା।ଏହି ଅବସରରେ, ଦେଉଳି ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ମହାଦେବ ହନୁମାନ ମନ୍ଦିର, କଳପଡା ସ୍ଥିତ କଦମ୍ୱେସ୍ଵର,ଆଇତଳଙ୍ଗ ସ୍ବପ୍ନେଶ୍ବର ମନ୍ଦିର, ପାଟଣା ଜଗନ୍ନାଥ ମନ୍ଦିର, ତଳ ବସନ୍ତକୁଣ୍ଡଳ ବାସେଳୀ ଠାକୁରାଣୀ, ଟାଇକଣ ମା ଜାଗୁଳାଇପୀଠ,

ଦହିଗାଁ ମା ବରୁଣେଇ, ମା ବନଦୁର୍ଗା, ଚାନ୍ଦୁଲି ନୀଳକଣ୍ଠ ପ୍ରମୁଖ ଧର୍ମ ପିଠ ସ୍ଥାଳୀ ମାନଙ୍କରେ ପୂଜା ଅର୍ଚ୍ଚନା ଓ ଦୀପ ଦାନ କରାଯାଇ ,ପ୍ରିୟ ସାଂସଦ ଡଃ ଭର୍ତ୍ତୁହରି ମହତାବଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା।ଏଥିସହିତ, ଏରଞ୍ଚ ସ୍ଥିତ ଗୋପବନ୍ଧୁ ପୌଢନିବାସ ଠାରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ପରେ ପରେ ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ,ଯୁବ ସମାଜସେବୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ମହାପାତ୍ର,

ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ପତି, ଅଧ୍ୟାପକ ଖଲିକୁଜ ଜମାନ ଖାନ୍, ଜ୍ଯୋତିରଞ୍ଜନ ଦାସ, ଶୁକଦେବ ପଟ୍ଟନାୟକ, ମନୋରଞ୍ଜନ ସ୍ଵାଇଁ, ନବଘନ ବେହେରା, ମାଧବେନ୍ଦ୍ର ମହାନ୍ତି, ବିକ୍ରମ କିଶୋର ପତି, ପ୍ରଫୁଲ୍ଲ ଭୋଇ, ଦିବାକର ନାୟକ, ବିକ୍ରମ ମହାରଣା, ବିଜୟ କୁମାର ରାଉତରାୟ, ରବିନ୍ଦ୍ର କୁମାର ଦେବତା, ରସାନନ୍ଦ ବେହେରା ,ବିନୋଦ କୁମାର ବେହେରା, ଫକୀର ଭୋଇ, ସବିତା ଦାସ,ସୁମିତା ଦେବତା, ପ୍ରିୟତମା ମହାନ୍ତି,ଜ୍ୟୋତି ରଞ୍ଜନ ଭୋଇ ପ୍ରମୁଖ ବ୍ୟକ୍ତି ମାନେ ଯୋଗଦାନ କରି, ବହୁମୂଖୀ ପ୍ରତିଭାର ଅଧିକାରୀ, ସାଂସଦ ରତ୍ନ ଶ୍ରୀଯୁକ୍ତ ଭର୍ତ୍ତୁହରି ମହତାବଙ୍କ ସରଳ, ନିଷ୍କପଟ, ଅଗାଧ ଜ୍ଞାନର ଅଧିକାରୀ ଓ ନିରାଡମ୍ବର ଜୀବନ ଶୈଳୀ ଉପରେ ଆଲୋକପାତ କରିଥିଲେ ।

Exit mobile version