ବ୍ଲକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା, ସାଗର ର ଆହ୍ଵାନ ପ୍ରଥମ ଚିଲିକା ବ୍ଲକ

ବାଲୁଗାଁ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ସ୍ତରୀୟ ବିଜ୍ଞାନ ନାଟକ ଓ ରୋଲ୍ ପ୍ଲେ ପ୍ରତି ଯୋଗିତା ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ, ବିରିବାଡି ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍ ଘାଟନୀ ସଭା ରେ ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ ,ପ୍ରତିଯୋଗିତା ର ବିଚାରକ ତ୍ରିବିକ୍ରମ ପଣ୍ଡା,ପ୍ରମୋଦ କୁମାର ପଣ୍ଡା, ପ୍ରଦୋଷ କୁମାର ଦାସ, ସଙ୍ଗୀତ ଗୁରୂ ଗୈ।ରାଙ୍ଗ ଚରଣ ମୁଦୁଲି, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଜ୍ଞାନ ନାଟକ ର ବିଦ୍ୟାଳୟ ରେ ଉପଯୋଗୀତା ସମ୍ବନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରି ଥିଲେ। ଉଦ୍ ଘାଟନୀ ସଭା ପରେ ପରେ ରୋଲ୍ ପ୍ଲେ ପ୍ରତି ଯୋଗିତା ଓ ବିଜ୍ଞାନ ନାଟକ ପ୍ରତି ଯୋଗିତା ହୋଇ ଥିଲା। ସର୍ବମୋଟ ୭ଟି ବିଜ୍ଞାନ ନାଟକ ଓ ଦୁଇଟି ରୋଲ୍ ପ୍ଲେ ପ୍ରତି ଯୋଗିତା ହୋଇ ଥିଲା। ବିଚାରକ ମାନେ ଚୁଡାନ୍ତ ଫଳାଫଳ ଘୋଷଣା କରିଥିଲେ ।

ବିଜ୍ଞାନ ନାଟକ ରେ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ, ବିରିବାଡି ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ନାଟକ ସାଗରର ଆହ୍ଵାନ ଏବଂପି ଏମ ଶ୍ରୀ ବାଲୁଗାଁ ସରକାରୀ ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରୋଲ୍ ପ୍ଲେ ପ୍ରଥମ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କୁ ଉନ୍ନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ସମସ୍ତ ପ୍ରତିଯୋଗୀ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ, ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ ର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସମ୍ପୂର୍ଣ ସହାୟତା କରିଥିଲେ ।

Exit mobile version