ଗ୍ରାମ୍ୟ ଉନ୍ନୟନ ସଂଘର ଅଭିଯୋଗ ; ସ୍ଵଚ୍ଛଳ ପରିବାରକୁ ଘରଡିହ ଚିହ୍ନଟ କାହା ସ୍ବାର୍ଥରେ ?

ଓଡ଼ିଶା ତାଜା ନ୍ୟୁଜ (୩ ଅକ୍ଟୋବର ଶନିବାର) କଳାହାଣ୍ଡି : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବାସହୀନ ପରିବାରକୁ ଆବାସ ଯୋଜନାରେ ଅର୍ଥ ଯୋଗାଇ ଦେଇ ଆସୁଛନ୍ତି। ପ୍ରଥମେ ଭୂମିହୀନ ଗରିବଙ୍କ ପ୍ରତି ୦.୦୪ ଡି. ଲେଖାଏଁ ଜାଗା ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିବା ବେଳେ ସରକାରୀ ସ୍ତରରେ ଗ୍ରାମପଞ୍ଚାୟତ, ରାଜସ୍ଵ ବିଭାଗର କର୍ମଚାରୀ ମାନେ ହିତାଧିକାରୀ ଚୟନ ପ୍ରଥମ ପର୍ଯ୍ୟାୟରେ ଗ୍ରହଣ କରି ଚିହ୍ନଟ କରିଥାନ୍ତି। ତେବେ କାହା ସ୍ବାର୍ଥରେ ସ୍ଵଚ୍ଛଳ ପରିବାରକୁ ଘରଡିହ ଚିହ୍ନଟ ହୋଇଥିବା ନେଇ ଏବେ ଅଭିଯୋଗ ହୋଇଛି। ଅଭିଯୋଗ ମତେ ନର୍ଲା ବ୍ଳକ ରୁପ୍ରାରୋଡ ରାଜସ୍ଵ ଅଧିନରେ ଆସୁଥିବା ମୁରସିଂ ଗ୍ରାମରେ ଗତ ୧୨/୯/୨୦୨୦ ରିଖ ଦିନ ରୁପ୍ରାରୋଡ ରାଜସ୍ଵ ନୀରିକ୍ଷକଙ୍କ ନିର୍ଦ୍ଦେଶରେ ହିତାଧିକାରୀ ମାନଙ୍କୁ ୦.୦୪ଡି. ଲେଖାଏଁ ଘରଡିହ ଚିହ୍ନଟ କରାଯାଇଛି ।

ଗ୍ରାମର ବିବେକାନନ୍ଦ ଗ୍ରାମ୍ୟ ଉନ୍ନୟନ ସଂଘର ଅଭିଯୋଗ କ୍ରମେ ୨୦୦୫ ମସିହାରେ ଉକ୍ତ ଗ୍ରାମର ଅନେକ ଲୋକ ଘରଡିହ ପଟ୍ଟା ପାଇଛନ୍ତି। ସେମାନଙ୍କର ଆବଶ୍ୟକତାଠାରୁ ଅଧିକ ନିଜସ୍ୱ ଘରଡିହ ଥିବାରୁ ସେମାନେ ନିଜ ଜାଗାରେ ଘରକରି ସ୍ଥାୟୀ ଭାବରେ ରହି ଆସୁଛନ୍ତି। ପୁଣି କେତେକ ମୁଷ୍ଟିମେୟ ଲୋକ ଏକର ଏକର ସରକାରୀ ଜାଗାକୁ ଅକ୍ତିଆର କରି ରଖିଥିବା ଅଭିଯୋଗ ହୁଏ। ଏ ସବୁ ସତ୍ତ୍ୱେ ଗ୍ରାମର ପାହାଡ ଉପରେ ଘରଡିହ ଚିହ୍ନଟ କରାଯିବା ଯୋଗୁଁ ପ୍ରାକୃତିକ ବୃକ୍ଷରାଜି ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ଦେଖାଯାଇଛି। ଅଯୋଗ୍ୟ ହିତାଧୀକାରୀ ଘରଡିହ ଫାଇଦା ନେଉଥିବାରୁ ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ଧନୀ ଲୋକ ଧନୀ ଗରିବ ଲୋକ ଗରିବ ହୋଇ ରହୁଛି। ଏଥିପାଇଁ ଉଚିତ ହିତାଧିକାରୀ ଚିହ୍ନଟ ସହ ଅଯୋଗ୍ୟ ହିତାଧୀକାରୀ ଙ୍କୁ ପ୍ରଦତ୍ତ କରାଯାଇଥିବା ପଟ୍ଟା ରଦ୍ଧ କରି ସରକାରୀ ଖାତାକୁ ଫେରାଇ ନେବାକୁ ମୁରସିଂ ବିବେକାନନ୍ଦ ଗ୍ରାମ୍ୟ ଉନ୍ନୟନ ସଂଘର ସଭାପତି ମନୋରଞ୍ଜନ ମିଶ୍ର ଓ ସଂପାଦକ ହେମନ୍ତ ଭୋଇ ତଥା ଗ୍ରାମ୍ୟ କମିଟି ବୃନ୍ଦ ଲିଖିତ ଭାବରେ ନର୍ଲା ତହସିଲଦାରଙ୍କ ଠାରେ ଜଣାଇଥିବା ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ଆମ ପ୍ରତିନିଧି ରୁପ୍ରାରୋଡ ରାଜସ୍ଵ ନିରୀକ୍ଷକଙ୍କୁ ପଚାରିବାରୁ ଏହା ୨୦୦୫ର ପଟ୍ଟା ପାଇଛନ୍ତି ହିତାଧିକାରୀମାନେ ତହସିଲଦାରଙ୍କ ପାଖରେ ଦରଖାସ୍ତ କରିଥିଲେ ଯେ ବର୍ତ୍ତମାନ ସେମାନଙ୍କ ନାମରେ ଘର ଆସିଛି।ତାଙ୍କର ଜାଗା ଚିହ୍ନଟ କରାଯାଉ ଏହା ପରେ ଆମେ ଜାଗା ଚିହ୍ନଟ କରିଛୁ।ଥରେ ଜଣେ ପଟ୍ଟା ପାଇଲା ପରେ ବଦଲା ଯାଇ ପାରିବ ନାହିଁ ଯଦି ଅଯୋଗ୍ୟ ହିତାଧୀକାରୀ ଅଛନ୍ତି ତେବେ ଜିଲ୍ଲାପାଳ ଓ ତହସିଲଦାରଙ୍କ ଆଦେଶ ପରେ ଆମେ ସେମାନଙ୍କୁ ବାଦ ଦେବୁ। ଏଠାରେ ପୁଣି ସୂଚନାଯୋଗ୍ୟ ଗତ ୨୦୧୩ ମସିହାରେ ଗାଁର ଗୋଚର ଜମିକୁ ଜବରଦଖଲ କରି ରଖିଥିବା ଲୋକଙ୍କ ଠାରୁ ସରକାରୀ ଖାତାକୁ ଫେରାଇ ନେବାରେ ବିବେକାନନ୍ଦ ଗ୍ରାମ୍ୟ ଉନ୍ନୟନ ସଂଘର ପ୍ରଚେଷ୍ଟା ସେହି ସମୟରେ ବେଶ୍ ପ୍ରଶଂସନୀୟ ହୋଇ ପାରିଥିଲା। ବର୍ତ୍ତମାନ ଗ୍ରାମରେ ଦେଖାଯାଇ ଥିବା ଅଶାନ୍ତି ବାତାବରଣର ଶୀଘ୍ର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମ୍ୟ ଉନ୍ନୟନ ସଂଘ ଓ ବରିଷ୍ଠ ନାଗରିକ ଗଣ ଦାବି କରିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version