ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ

ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରଣପୁରରେ ଦିବା ୧୧ ଘଟିକା ଠାରୁ ୧.୦୦ ଘଟିକା ପର୍ଯ୍ୟନ୍ତ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ଚଢାଉ କରାଯାଇଥିଲା। ଏଥିରେ ଏନଏସିର କନିଷ୍ଠ ପରିମଳ ବିଶେଷଜ୍ଞ କୁମାର ସୁଜିତ ,ସମସ୍ତ ସ୍ୱଚ୍ଛ ସାଥି ,ଟିକସ ଅସୁଲକାରୀ,ଅମିନ ତଥା ଅନ୍ୟ କର୍ମଚାରୀ ସାମିଲ ଥିଲେ ।

ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ଭର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ପୋଲିସ ସହାୟତାରେ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଥିଲା । ପ୍ରାୟ ୨୦ ଗୋଟି ବ୍ୟବସାୟୀଙ୍କୁ ଚଢାଉ କରାଯାଇଥିଲା ।  ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଠାରୁ ୨୦ କେଜି ପ୍ଲାଷ୍ଟିକ ଜବତ କରାଯାଇ ଟ ୫୦୦୦/- ଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହି ଚଢାଉକୁ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିବା ସହ ସହରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ।

ଏଭଳି ଚଢାଉ ଜରି ରହିବା ଏବଂ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ନିକଟରେ ରାଜସ୍ବ ଆଦାୟରେ ଶ୍ରେଷ୍ଠତ୍ଵ ପାଇଁ ରଣପୁର ଏନଏସି ରାଜ୍ୟ ସରକାରଙ୍କ ଠାରୁ ୨ କୋଟି ତାଙ୍କର ପ୍ରୋତ୍ସାହନ ରାଶି ପାଇଁ ସ୍ଵାୟତ ଶାସନ ଦିବସରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନିତ ହୋଇ ପାରିଛି ।

Exit mobile version