ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି

ତେଣୁ ଟାଙ୍ଗୀ ଡ଼ି ସି ସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂତନ ନିର୍ମାଣକୁ ଜଙ୍ଗଲ ଵିଭାଗ କର୍ତ୍ତୃପକ୍ଷ ବିରୋଧ କରିବା ସ୍ୱାଭାବିକ .

ଟାଙ୍ଗୀ (ଓଡିଶା ତାଜା ନ୍ୟୁଜ ) (ନି. ପ୍ର) ରାୟଗଡ଼ା :-  ଦେଶ ସ୍ୱାଧୀନ ହେବା ପୂର୍ବରୁ ଆଜିର ବଳରାମ ଦେବ ବିଦ୍ୟାପୀଠ (ପୂର୍ବର ଟାଙ୍ଗୀ ହାଇସ୍କୁଲ ) ସରକାରୀ ଶିକ୍ଷକ ତାଲିମ ପ୍ରତିଷ୍ଠାନ କେଉଁ କିସମ ଜମିରେ କିପରି ନିର୍ମିତ ହୋଇଥିଲା ଉଲ୍ଲେଖ କରିବା ସହଜ ହେଉ ନଥିବା ବେଳେ ଟାଙ୍ଗୀ ପଂଚାୟତ ସମିତି କାର୍ଯ୍ୟାଳୟ, ତହସିଲ ସମେତ ପୂର୍ତ୍ତ ଵିଭାଗ ରାସ୍ତା ପାର୍ଶ୍ୱରେ ଯେତେ ସରକାରୀ କାର୍ଯ୍ୟାଳୟ ରହିଛି ସେସବୁ ଜଙ୍ଗଲ ଜମି. 1961ମସିହାରେ ବ୍ଲକ କାର୍ଯ୍ୟାଳୟ ନିର୍ମାଣ ସମୟରେ ଜଙ୍ଗଲ ଵିଭାଗ ତରଫରୁ ସେତେଟା ବିରୋଧ କରାଯାଉନଥିବା ହେତୁ ଏହା ସମ୍ଭବ ହୋଇପାରିଥିଲା.

1962ମସିହାରେ ଟାଙ୍ଗୀ ବାଳିକା ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୋଚର ଜମିରେ ନିର୍ମାଣ କରାଯିବା ବେଳେ 144ଧାରା ଜାରି କରାଯାଇଥିଲା. ଏହାକୁ ଖାତିର ନକରି ରାତାରାତି ଚାଳଘର ନିର୍ମାଣ ହୋଇଥିଲା. ଏବେ ସେହି ଗୋଚର କିସମ ଜମି ରେ ଟାଙ୍ଗୀ ସରକାରୀ ବାଳିକା ହାଇସ୍କୁଲ, ଉପ କୋଷାଗାର, ଗ୍ରାମ୍ୟ ନ୍ୟାୟାଳୟ, ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ କ୍ଵାଟର୍ସ ରହିଛି. ସରକାରୀ ଆଇନ ଅନୁସାରେ ଗୋଟିଏ ମୌଜାରେ 5ଡେସିମିଲ ଗୋଚର ଜମି ରହିବ.

ବହୁ ଗୋଚର ଜମି ଘରୋଇ ବ୍ୟକ୍ତିଙ୍କ ଜବର ଦାଖଲ ରେ ରହିଛି.ଗୋସମ୍ପଦ ଯେତେବେଳେ ରାସ୍ତାରେ ଆଶ୍ରୟ ନେଉଛନ୍ତି ସେତେବେଳେ ଗୋଚର ଜମିରକ୍ଷଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି. 1978ମସିହାରେ ବହୁ ବାଦାନୁବାଦ ପରେ ଟାଙ୍ଗୀ ଦୁର୍ଗାଚରଣ ଚିଲିକା କଲେଜ ଜଙ୍ଗଲ ଜମିରେ ସ୍ଥାପିତ ହେଲା. ସେହି ସମୟରେ ଜଙ୍ଗଲ ଜମି ଜବର ଦାଖଲ କୁ ନେଇ ଵିଭାଗ ତରଫରୁ ସେତେଟା ଗୁରୁତ୍ୱ ଦିଆଯାଉ ନଥିଲା. କଲେଜ ର ଆଜ ବେଷ୍ଟସ ଗୃହ ନିର୍ମାଣ ର ବହୁ ପରେ ଖୋରଧା ବନ ଖଣ୍ଡ ଅଧିକାରୀ କଲେଜ ପରିଚାଳନା ପରିଷଦର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିଥିଲେ.

ଟାଙ୍ଗୀ ସଦର ମହକୁମାରେ କଲେଜ ସ୍ଥାପିତ ହୋଇଥିଲେ ହେଁ, କଲେଜ ନାମରେ କୌଣସି ଜମି ନଥିବାରୁ ସରକାରୀ ଅନୁଦାନରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚିତ ହୋଇ ଏହାର ଆଶାନୁରୂପକ ବିକାଶ ହୋଇ ପାରିଲା ନାହିଁ. ଯେଉଁ ମାନେ ଅଧ୍ୟକ୍ଷ ହୋଇ ଆସିଲେ ସେମାନେ ଏଠାରେ ଡିଗ୍ରୀ କଲେଜ କରାଇନଦେବାକୁ କିଛି ତଥାକଥିତ ସ୍ୱୟମ୍ଭୁ ରାଜନେତାଙ୍କ ହାତ ବାରସୀ ହୋଇ ନିଜର ସ୍ୱାର୍ଥ ହାସଲ ନିମିତ୍ତ କାର୍ଯ୍ୟ କରି କଲେଜକୁ ଅତିକମରେ 50ବର୍ଷ ପଛକୁ ଠେଲିଦେଲେ.ବହୁ ଉଦ୍ୟମ ପରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ନାମରେ ପ୍ରାୟ ଅଢେଇ ଏକର ଜମି ଦରଜ ହୋଇଛି.

ଡିଗ୍ରୀ କଲେଜ ଅବସ୍ଥା ଶୋଚନୀୟ. ଆମେ ସବୁ ଟାଙ୍ଗୀ ବାସିନ୍ଦା ଏହାକୁ ସାବତ ପୁଅ ହିସାବରେ ଦେଖୁଚୁ. ଡିଗ୍ରୀ କଲେଜରେ ଯଦି ସୁଶାନ୍ତ କୁମାର ଶତପଥୀ ଅଧ୍ୟକ୍ଷ ନଥାନ୍ତେ ତେବେ ଏହି ଡିଗ୍ରୀ କଲେଜର ଅସ୍ତିତ୍ବ ନଥାନ୍ତା. ଏବେ ଧନ୍ଦାମୂଳକ ଶିକ୍ଷାର ଗୃହ ନିର୍ମାଣ ପାଇଁ କିଛି ସରକାରୀ ଅନୁଦାନ ଆସିଛି. ପୂର୍ବ ଅଭିଜ୍ଞତା ରୁ କିଛି ଶିକ୍ଷା ଲାଭ କରି ବିଦ୍ୟାଳୟ ଅଧ୍ୟକ୍ଷ କାହା କଥା ରେ ପରିଚାଳିତ ନହୋଇ ନିଜସ୍ୱ ଜମିରେ ଏହା ନିର୍ମାଣ କଲେ ଅଯଥା ବିବାଦକୁ ଦୂରେଇ ହେବ.

ଟାଙ୍ଗୀ ର ବିକାଶ ପାଇଁ ଯେଉଁ ବନ୍ଧୁମାନେ ବ୍ୟଗ୍ର ସେମାନେ ଦୟାକରି କଲେଜ ପାଖରେ ଥିବା ଜଙ୍ଗଲ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ଜମିକୁ ଶିକ୍ଷାନୁଷ୍ଠାନ ନାମରେ ଦରଜ କରିବା ନିମିତ୍ତ ଉଦ୍ୟମ କରିବାକୁ କଡା ଜବାବ ତରଫରୁ ବିନମ୍ର ନିବେଦନ କରୁଛୁ.ପରସ୍ପର ବିରୋଧୀ ରାଜନୀତି ଫଳରେ ଟାଙ୍ଗୀର ବିକାଶ ବହୁ ପଛକୁ ଚାଲିଯାଇଛି. ଦୀର୍ଘ ବର୍ଷର ଉଦ୍ୟମ ପରେ ଟାଙ୍ଗୀ ଏନ ଏ ସି ମାନ୍ୟତା ପାଇବା ଗୌରବର କଥା. ରାଜ୍ୟ ସରକାର ଏଥିପାଇଁ 20କୋଟି ଅନୁଦାନ ଅର୍ଥକୁ ଠିକ ଭାବରେ ବିନିଯୋଗ କରିବାର ଆବଶ୍ୟକତା ରହିଛି.

 

Exit mobile version